ପ୍ରତିଦିନ ATM ସାନିଟାଇଜ୍ ନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ପ୍ରତିଦିନ ATM ଗୁଡ଼ିକୁ ସାନିଟାଇଜ୍ ନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆୟିବ। କରୋନା ଭାଇସ୍ ପାଇଁ ବ୍ୟାଙ୍କଗୁଡିକୁ ଏଭଳି ନିର୍ଦ୍ଦେଶ ଦେଇ ଗାଇଡ୍ଲାଇନ୍ ଜାରି କରିଛି ଅର୍ଥ ବିଭାଗ।

ଏ ନେଇ SLBC ଆବାହକଙ୍କୁ ଚିଠି ଲେଖିଛନ୍ତି ଅର୍ଥ ବିଭାଗର ଯୁଗ୍ମ ନିର୍ଦ୍ଦେଶକ।  ଏଟିଏମ୍‌ଗୁଡ଼ିକୁ ଦୈନିକ ସାନିଟାଇଜ୍ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏଟିଏମ୍‌ରେ ଥିବା ସୁରକ୍ଷା କର୍ମଚାରୀ ସାନିଟାଇଜ୍ କରିବେ।

ଠିକ୍ ଭାବେ ଏହି କାର୍ଯ୍ୟ ହେଉଛି କି ନାହିଁ ତାକୁ ତଦାରଖ କରିବେ ଓସ୍‌ଡମା କର୍ମଚାରୀ। ସାନିଟାଇଜ୍‌ରେ ଗଫଲତି କରୁଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚିଠିରେ ସ୍ପଷ୍ଟ ଭାବେ ଲେଖାଯାଇଛି।

You might also like