ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଅରୁଣ ସିଂହ

କେନ୍ଦୁଝର : କେନ୍ଦୁଝରରେ ବିଜେପି ପ୍ରଭାରୀ ଅରୁଣ ସିଂହ। ସେଠାରେ ଦଳ ପାଇଁ ପ୍ରଚାର କରି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। କହିଛନ୍ତି,୧୯ ବର୍ଷ ଶାସନ ପରେ ମଧ୍ୟ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ। ବିଜେପିର ଲୋକପ୍ରିୟତା ଦେଖି ବିଜେଡି ଭୟଭୀତ।

ଆଉ ମଧ୍ୟ କହିଛନ୍ତି, ଉଚ୍ଚପଦସ୍ଥ ଅଧିକାରୀମାନେ ପଦର ଦୁରୁପଯୋଗ କରୁଛନ୍ତି। ବିଜେପି କ୍ଷମତାକୁ ଆସିଲେ ମହିଳାଙ୍କୁ ଫ୍ରି ଡାଟା ସହିତ ମୋବାଇଲ ଦିଆଯିବ। କଲେଜ ପଢୁଆ ଝିଅଙ୍କୁ ମାଗଣାରେ ସ୍କୁଟି ଦିଆଯିବ। ପ୍ରତ୍ୟେକ ପରିବାରରୁ ଜଣକୁ ଚାକିରି ମଧ୍ୟ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଅରୁଣ ସିଂହ।

You might also like