ଦାବି ପୂରଣ ପାଇଁ ଅଭିନବ ପ୍ରତିବାଦ

ଭଦ୍ରକ: ଦାବି ପୂରଣ ନେଇ ଅଭିନବ ପ୍ରତିବାଦ। ମେଡିକାଲ୍‌ରେ ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ ୪୦ କିଲୋମିଟର୍ ଚାଲିଛନ୍ତି ଲୋକେ।  ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଘଣ୍ଟେଶ୍ୱର ଅଞ୍ଚଳରେ।

ସ୍ଥାନୀୟ ଘଣ୍ଟେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଡାକ୍ତର ପଦବୀ ପୂରଣ କରିବା ପାଇଁ ଦୀର୍ଘ ଦିନ ଧରି ଦାବି କରି ଆସୁଥିଲେ ଲୋକେ। ହେଲେ ଏଥିପ୍ରତି ପ୍ରଶାସନ କର୍ଣ୍ଣପାତ କରୁ ନ ଥିଲା। ଏହାର ପ୍ରତିବାଦରେ  ପ୍ରାୟ ୪୦ କିଲୋମିଟର୍ ଚାଲିଛନ୍ତି ଅଞ୍ଚଳବସୀ। ଘଣ୍ଟେଶ୍ୱରରୁ ଭଦ୍ରକ ଚାଲି ଚାଲି ଆସିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଧାରଣାରେ ବସିଥିଲେ।  ସିଡିଏମ୍ଓ, ଜିଲ୍ଲାପାଳ ଆସି ବୁଝାଶୁଝା କରିଥିଲେ।  ତେବେ ଦାବି ପୂରଣ ନହେବା ଯାଏ ଧାରଣାରେ ବସି ରହିବେ ବୋଲି ସ୍ଥାନୀୟବାସିନ୍ଦା କହିଛନ୍ତି।

You might also like