ବାଲୁକା କଳାରେ ପୁଲୱାମା ବଦ୍‌ଲାର ପ୍ରଶଂସା

ପୁରୀ: ବାଲାକୋଟ୍‌ରେ ପୁଲୱାମା ଆକ୍ରମଣର ବଦ୍‌ଲା ଏବଂ ଭାରତୀୟ ବାୟୁସେନାର କାର୍ଯ୍ୟାନୁଷ୍ଠାନକୁ ବାଲୁକା କଳା ମାଧ୍ୟମରେ ପ୍ରଶଂସା କରାଯାଇଛି।

ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମୀରେ ବାଲୁକା କଳା କରି ଭରତୀୟ ବାୟୁ ସେନାକୁ ସଲାମ୍‌ ଜଣାଇଛନ୍ତି। ଆତଙ୍କବାଦ ବିରୁଦ୍ଧରେ ଭାରତ ଯୁଦ୍ଧ ଆରମ୍ଭ କରିଥିବାରୁ ସେ ସେନାକୁ ସାଲ୍ୟୁଟ୍‌ କରିଛନ୍ତି।

ଭାରତ ମାନଚିତ୍ର ଉପରେ ଯୁଦ୍ଧ ବିମାନ ପ୍ରଦର୍ଶନ କରି ସୁଦର୍ଶନ ଏକ ସ୍ୱତନ୍ତ୍ର ବାର୍ତ୍ତା ଦେଇଛନ୍ତି।

You might also like