ଆଗୁଆ ମିଳିବ କଳାକାର ଭତ୍ତା

ଭୁବନେଶ୍ୱର: ରାଜ୍ୟରେ ଆଗୁଆ ମିଳିବ କଳାକାର ଭତ୍ତା। ମୁଖ୍ୟମନ୍ତ୍ରୀଙ୍କ କଳାକାର ସହାୟତା ଯୋଜନା ଅଧିନରେ କଳାକାର ଭତ୍ତା ପାଉଥିବା ବ୍ୟକ୍ତିମାନଙ୍କୁ ୪ ମାସର ଆଗୁଆ ଭତ୍ତା ମିଳିବ।  କୋଭିଡ୍‌-୧୯ ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଗତମାସରୁ ଆସନ୍ତା ଜୁନ୍‌ ପର୍ଯ୍ୟନ୍ତ ୪ ମାସର ଭତ୍ତା ଦେବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଇ-ଟ୍ରାନ୍ସଫର ମାଧ୍ୟମରେ କଳାକାରଙ୍କ ଜମା ଖାତାରେ ପଇଠ ହେବ ଟଙ୍କା।

ରାଜ୍ୟରେ କରୋନା ସ୍ଥିତି  ନେଇ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭୁବନେଶ୍ୱରରେ ସୂର୍ଯ୍ୟନଗର, ସୁନ୍ଦରପଦା, ବମିଖାଲ ଓ ସତ୍ୟନଗରକୁ କଣ୍ଟେନମେଣ୍ଟ ଜୋନ କରାଯାଇଛି। ରାଜ୍ୟରେ ଏଯାବତ ୨୪୪୧ଟି ନମୁନା ପରୀକ୍ଷଣ କରାଯାଇଛି, ୨୪୪୧ରୁ ୪୨ଟି ପିଜିଟିଭ, ୨ ସୁସ୍ଥ ଓ ଜଣଙ୍କ ମୃତ୍ୟ ଘଟିଛି।

You might also like