ଭୁବନେଶ୍ୱର: ଆପଣ ଫ୍ରୁଟ୍ ଜୁସ୍ ପିଇବା ପାଇଁ ଯେଉଁ ଛୋଟ ପାଇପ୍ ତଥା ଷ୍ଟ୍ର ବ୍ୟବହାର କରୁଛନ୍ତି, ତାହା ଯେ ସଂଗୀତ ଯନ୍ତ୍ର ହୋଇପାରିବ ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି ନ? ଆଶ୍ଚର୍ଯ୍ୟ ହେଲେ ବି କଥାଟା କିନ୍ତୁ ସତ। ଯାହାକୁ କରିଦେଖାଇଛନ୍ତି ରାଜ୍ୟର ଜଣାଶୁଣା ସାକ୍ସୋଫୋନ୍ ଏବଂ ବଂଶୀବାଦକ ଏମ୍.ସୀମାଦ୍ରି।
ଫ୍ରୁଟ୍ ଜୁସ୍ ପିଇବା ପାଇପ୍ରେ ଏମିତି ବାଦ୍ୟଯନ୍ତ୍ର ଦେଖିଛନ୍ତି କି ଆପଣ ? ଏହି ବାଦ୍ୟ ଯନ୍ତ୍ରର ନାଁ ହେଉଛି... #Odisha pic.twitter.com/5ZXH1bluaT
— ଓଟିଭି (@otvkhabar) July 28, 2020
ଏପରିକି ଏକ ଓଡ଼ିଆ ଫିଲ୍ମର ବ୍ୟାକ୍ ଗ୍ରାଉଣ୍ଡ ମ୍ୟୁଜିକ୍ ବି ସେ ରେକର୍ଡିଂ କରିଛନ୍ତି। ଏହି ଇନ୍ଷ୍ଟ୍ରୁମେଣ୍ଟକୁ ସେ ଉଦ୍ଭାବନ କରିବା ସହ ଏହାର ନାଁ ରଖିଛନ୍ତି ଷ୍ଟ୍ର ସୀମାଦ୍ରି। ଲକ୍ଡାଉନ ପାଇଁ ଘରେ ଥିବା ଭିତରେ ସେ ଏହାକୁ ଉଦ୍ଭାବନ କରିଥିବା କହିଛନ୍ତି। ଏହି ଇନ୍ଷ୍ଟ୍ରୁମେଣ୍ଟକୁ ଫୋକ୍ ମ୍ୟୁଜିକ୍ରେ ମଧ୍ୟ ବ୍ୟବହାର କରାଯାଇପାରିବ ବୋଲି ସୀମାଦ୍ରି କହିଛନ୍ତି।