ବସ୍ ଉପରକୁ ତୀର ମାଡ଼, ଜଣେ ଗୁରୁତର

କେନ୍ଦୁଝର ( ପ୍ରଣୟ ପାଣି) : ବସ୍‌ ଉପରକୁ ତୀର ମାଡ଼, ଜଣେ ଗୁରୁତର । କେନ୍ଦୁଝର ବଳିପର୍ବତ ନିକଟରେ ଯାଉଥିବା ଏକ ବସ୍ ଉପରକୁ ତୀର ମାଡ଼ କରାଯାଇଛି।  ଗତକାଲି ସଂଧ୍ୟାରେ ଦୈତାରୀ ଥାନା ଓଏମସି ଖଣିରେ ଠିକା କାମ କରୁଥିବା କେଏମସି ନାମକ ଏକ ଘରୋଇ କମ୍ପାନୀର ଷ୍ଟାଫଙ୍କୁ ନେଇ ବସ୍ ଖଣିରୁ ଫେରୁଥିଲା।  ଏହି ସମୟରେ କିଛି ଦୁର୍ବୃତ୍ତ ବସ୍ ଉପରକୁ ତୀର ମାଡ଼ କରିଥିଲେ।

ତୀର ମାଡ଼ରେ ଜଣେ କର୍ମଚାରୀ ଗୁରୁତର ହୋଇଛନ୍ତି। ତୀରଟି ତାଙ୍କ ବାମପଟ ପେଟରେ ବାଜିବାରୁ ଗୁରୁତର ଅବସ୍ଥାରେ ଡୁବୁରିସ୍ଥିତ ଟାଟା ମେଡିକାଲରେ ଭର୍ତ୍ତି କରାଯାଇଛି। ତୀର ମାଡ଼ ଦେଖି ଅନ୍ୟମାନେ ତଳେ ଶୋଇ ଯାଇଥିଲେ। ଫଳରେ ବସ୍‌ରେ ଥିବା ଅନ୍ୟ ୨oରୁ ଅଧିକ କର୍ମଚାରୀ ବର୍ତ୍ତି ଯାଇଥିଲେ। ଖବରପାଇ ଦୈତାରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

You might also like