• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ବଲାଙ୍ଗିର: କ୍ଷମତାର ଅପବ୍ୟବହାର କରି ଆଦିବାସୀଙ୍କ ଘର ଭାଙ୍ଗିଥିବା ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍‌ ସାଲେଭଟ୍ଟା ସରପଞ୍ଚ ହେମକାନ୍ତି ମୁଣ୍ଡାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ପଞ୍ଚାୟତିରାଜ ବିଭାଗ ପକ୍ଷରୁ ତାଙ୍କୁ ନିଲମ୍ବନ କରାଯିବା ସହ ନାଏବ ସରପଞ୍ଚଙ୍କୁ ପଞ୍ଚାୟତ ପରିଚାଳନା ଦାୟିତ୍ୱ ପ୍ରଦାନ କରାଯାଇଛି। ଜିଲ୍ଲା ପ୍ରଶାସନର ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି।

ସୂଚନାଥାଉ କି, ଗତ ଅଗଷ୍ଟ ୧୧ ତାରିଖରେ ହେମକାନ୍ତି ମୁଣ୍ଡା ନିଜ ସ୍ୱାମୀ ମୋହନ ମୁଣ୍ଡା ଏବଂ ଗାଁର କିଛି ଲୋକଙ୍କ ସହ ମିଶି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତିଆରି ହେଉଥିବା କିଛି ଆଦିବାସୀଙ୍କ ଘର ବୁଲଡୋଜର ଲଗାଇ ଭାଙ୍ଗି ଦେଇଥିଲେ। ଏନେଇ ଅଗଷ୍ଟ ୧୪ ତାରିଖରେ OTVରେ ଖବର ପ୍ରସାରଣ ହୋଇଥିଲା। ଏହାପରେ ଜିଲ୍ଲା ପ୍ରଶାସନ ତନାଘନା ଆରମ୍ଭ କରିଥିବାବେଳେ ରିପୋର୍ଟ ଆଧାରରେ ପୋଲିସ ହେମକାନ୍ତି ଏବଂ ତାଙ୍କ ସ୍ୱାମୀ ମୋହନ ମୁଣ୍ଡାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଘଟଣାକୁ ନେଇ ଆଦିବାସୀ ସଂଘ ବି ସମ୍ପୃକ୍ତ ସରପଞ୍ଚଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଶେଷରେ ସରପଞ୍ଚ ପଦବୀରୁ ହେମକାନ୍ତିଙ୍କୁ ନିଲମ୍ବନ କରିଛି ପଞ୍ଚାୟତିରାଜ ବିଭାଗ।

ଦେଖନ୍ତୁ ଏହି ଭିଡିଓ ଓ ଜାଣନ୍ତୁ କ’ଣ ଥିଲା ଘଟଣାକ୍ରମ...

https://youtu.be/y7OsmFyMALw

Arrested-lady-sarpanch-who-used-collector-powers-to-raze-pmay-houses-suspended-11
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories