SC/ST ହଷ୍ଟେଲ ପିଲାଙ୍କୁ ଘରେ ପହଞ୍ଚାଇବା ପାଇଁ ହେବ ବ୍ୟବସ୍ଥା

ଭୁବନେଶ୍ୱର: ଆଜି ସଂଧ୍ୟା ସୁଦ୍ଧା SC/ST ହଷ୍ଟେଲ ପିଲାଙ୍କୁ ଘରେ ପହଞ୍ଚାଯିବ। ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ସେମାନଙ୍କୁ ଘରେ ପହଞ୍ଚାଇବାର ବ୍ୟବସ୍ଥା କରିବେ। କରୋନା ମୁକାବିଲାକୁ ନେଇ ରାଜ୍ୟ ସରକାର ଗଠନ କରିଥିବା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି ଏନେଇ ସୂଚନା ଦେଇଛନ୍ତି।

ଆଜି ସଂଧ୍ୟା ସୁଦ୍ଧା ପିଲାମାନଙ୍କୁ ସେମାନଙ୍କର  ଅଭିଭାବକଙ୍କୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପଟେ, ସମ୍ପୂର୍ଣ୍ଣ ଓଡ଼ିଶାକୁ ଲକ୍‌ ଡାଉନ ନେଇ  ଘୋଷଣା ହୋଇଛି। ସେହିପରି ଆନ୍ତଃରାଜ୍ୟ ବସ୍‌ ଚଳାଚଳ ବନ୍ଦ ଥିବାବେଳେ ଆଜି ଦିନ ୧୧ଟାରୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ଏପରି ପରିସ୍ଥିତିରେ ଲୋକେ କ’ଣ କରିବେ, ଗ୍ରୋସରୀ, ମେଡିସିନ କିପରି ପାଇବେ ସେ ନେଇ ଚିନ୍ତିତ ଅଛନ୍ତି। ତେବେ ଲକ୍‌ ଡାଉନ ସମୟରେ କ’ଣ ଖୋଲା ରହିବ, କ’ଣ ବନ୍ଦ ରହିବ ସେନେଇ  ସୁବ୍ରତ ବାଗ୍‌ଚୀ ସୂଚନା ଦେଇଛନ୍ତି।

ଲକ୍‌ ଡାଉନ ବେଳେ ମେଡିକାଲ, କ୍ଲିନିକ, ପାଥୋ ଲ୍ୟାବ୍ ଖୋଲା ରହିବ। କଟକଣା ବେଳେ ଔଷଧ ଦୋକାନ ମଧ୍ୟ ଖୋଲା ରହିବ। ପୋଲିସ, ସ୍ବାସ୍ଥ୍ୟ, ଅଗ୍ନିଶମ,  ବିଦ୍ୟୁତ, ଓଡ୍ରାଫ୍, ପୌର କର୍ମଚାରୀ କଟକଣା ମୁକ୍ତ ରହିବେ। ଏହାସହ କରୋନା ମୁକାବିଲାରେ ସାହାଯ୍ୟ କରୁଥିବା ସଂସ୍ଥା ପାଇଁ ମଧ୍ୟ କଟକଣା ଲାଗିବ ନାହିଁ।

You might also like