ରଥଯାତ୍ରାରେ ସାମିଲ ୫ ହଜାର ବ୍ୟକ୍ତିଙ୍କର କୋଭିଡ୍ ଟେଷ୍ଟ ହେବ

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କର ୨ ଥର କୋଭିଡ ଟେଷ୍ଟ ହେବ। ଅଢ଼େଇ ହଜାର ସେବାୟତଙ୍କର ୨ ରାଉଣ୍ଡ କୋଭିଡ୍ ଟେଷ୍ଟ କରାଯିବ। ସେମାନଙ୍କ ବ୍ୟତୀତ ପୋଲିସ୍, ସଫେଇ କର୍ମଚାରୀଙ୍କର ମଧ୍ୟ ଟେଷ୍ଟ କରାଯିବ। ରଥ ଯାତ୍ରାରେ ସାମିଲ ୫ ହଜାର ବ୍ୟକ୍ତିଙ୍କର ଏହି କୋଭିଡ୍ ଟେଷ୍ଟ ହେବ ବୋଲି ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ଉପାଧ୍ୟକ୍ଷ ସୁରେଶ ମହାପାତ୍ର ଏହି ସୂଚନା ଦେଇଛନ୍ତି।

୨୮ ତାରିଖ ରଥ ଦକ୍ଷିଣ ମୋଡ଼ ପୂର୍ବରୁ ଟେଷ୍ଟ ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଯେଉଁମାନଙ୍କର ଟେଷ୍ଟ ନେଗେଟିଭ୍ ଆସିବ ସେମାନେ ସାମିଲ ହେବେ। ସଂପୂର୍ଣ୍ଣ ପୁରୀ ସହରକୁ ସାନିଟାଇଜ୍ କରାଯିବ ବୋଲି ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି।

ସମସ୍ତ ସେବାୟତଙ୍କ ପରିବାରକୁ ସଚେତନ କରାଯିବ। ସେବାୟତ ପରିବାରକୁ କୋଭିଡ୍ ନିୟମ ସଂପର୍କରେ ଅବଗତ କରାଯିବ। ଏଥିପାଇଁ ଏକ ଟିମ୍ ଗଠନ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି।

ଗତ ୨୩ ତାରିଖ ପୁରୀ ଶ୍ରୀମନ୍ଦିରର ଜଣେ ସେବାୟତ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସମ୍ପୃକ୍ତ ସେବାୟତ କରୋନା ପଜିଟିଭ ଚିହ୍ନଟ ହେବାପରେ ରଥଯାତ୍ରା ପୂର୍ବରୁ ତାଙ୍କୁ ତୁରନ୍ତ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏ ନେଇ ଜିଲ୍ଲା ପ୍ରଶାସନ ସୂଚନା ଦେଇଥିଲା।

୨୨ ତାରିଖ ୧,୧୪୩ଜଣ ସେବାୟତଙ୍କ କରୋନା ଟେଷ୍ଟ ହୋଇଥିଲା। ଜଣଙ୍କୁ ଛାଡ଼ି ବାକି ୧,୧୪୨ ଜଣଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ରଥଯାତ୍ରା ପରେ ସାମିଲ ଥିବା ୫ ହଜାର ବ୍ୟକ୍ତିଙ୍କର କୋଭିଡ୍ ଟେଷ୍ଟ ହେବ ବୋଲି ପ୍ରଶାସନ କହିଛି।

ଆହୁରି ପଢ଼ନ୍ତୁ

ବିଳମ୍ବିତ ରାତିରେ ମହାପ୍ରଭୁ ଗଲେ ମାଉସୀ ଘର

ଆଡ଼ପ ମଣ୍ଡପକୁ ବିଜେ କଲେ ତିନି ଠାକୁର

ରଥଯାତ୍ରା 2020: ବଡଦାଣ୍ଡରେ ଗଡ଼ିଲା ତାଳଧ୍ୱଜ

ରଥଯାତ୍ରା 2020: ରଥ ଉପରେ ତିନି ଠାକୁର..ଅପେକ୍ଷା ଗଜପତିଙ୍କୁ…

ରଥଯାତ୍ରା 2020:ପହଣ୍ଡି ବେଳେ ଏମିତି ଦିଶୁଛନ୍ତି ବଡ଼ଠାକୁର, ଭିଡିଓ ଦେଖି ବିହ୍ୱଳ ଭକ୍ତ

ରଥଯାତ୍ରା 2020:ସୁପ୍ରିମକୋର୍ଟଙ୍କ ଏହିସବୁ ସର୍ତ୍ତାବଳୀ ଭିତରେ ଚାଲିଛି ପୁରୀ ରଥଯାତ୍ରା

ରଥଯାତ୍ରା 2020: ଆରମ୍ଭ ହେଲା ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ

ରଥଯାତ୍ରା 2020: ଆଜି ଘୋଷଯାତ୍ରା- ଭାଇଭଉଣୀଙ୍କୁ ଧରି ଗୁଣ୍ଡିଚା ଘର ଯିବେ ଜଗତର ନାଥ

ରଥଯାତ୍ରା 2020:ଘୋଷଯାତ୍ରା ପାଇଁ ନୀତି ନିର୍ଘଣ୍ଟ- ଜାଣନ୍ତୁ, ପହଣ୍ଡି ଆରମ୍ଭର ସମୟ

ବଡଦାଣ୍ଡରେ ଗଡ଼ିବ ନନ୍ଦିଘୋଷ, ଅନୁମତି ଦେଲେ ସୁପ୍ରିମକୋର୍ଟ

ରାତି ପାହିଲେ ରଥଯାତ୍ରା: ବଡ଼ଦାଣ୍ଡରୁ ହଟୁଛନ୍ତି ଉଠା ଦୋକାନୀ

Puri Rath Yatra 2020:ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରୁଦ୍ଧଦ୍ୱାର ବୈଠକ, ଗଜପତିଙ୍କ ସହ କଥା ହେଲେ ଅମିତ ଶାହ

You might also like