କାଲି ହେବ ଓଡ଼ିଶା ପ୍ରାର୍ଥୀଙ୍କ ପାଇଁ ନିଯୁକ୍ତି ରାଲି, ରାତିରୁ ଭିଡ଼ ନ କରିବାକୁ ପରାମର୍ଶ

ଭୁବନେଶ୍ୱର: ଭୁବନେଶ୍ୱରର 120 ଇନ୍‌ଫାନଣ୍ଟ୍ରି ବାଟାଲିୟନରେ ଯବାନ ଭର୍ତ୍ତି  ପାଇଁ  ଆସନ୍ତାକାଲି ନିଯୁକ୍ତି ରାଲି ହେବ।  ଏଥିପାଇଁ ଓଡିଶାର ପରୀକ୍ଷାର୍ଥୀମାନେ ଭୋର ୪ଟାରୁ  ଦିନ ଗୋଟାଏ ପର୍ଯ୍ୟନ୍ତ ରାଲିରେ ଭାଗ ନେଇପାରିବେ । ଏ ନେଇ ୧୨୦ ବାଟାଲିୟନ କମାଣ୍ଡିଂ ଅଫିସର ସୂଚନା ଦେଇଛନ୍ତି ।

ପୂର୍ବଦିନରୁ ଆସି ଭିଡ଼ ନ କରିବା ପାଇଁ  ସେ ପରୀକ୍ଷାର୍ଥୀମାନଙ୍କୁ ପରାମର୍ଶ ଦେଇଛନ୍ତି ।  ଦିନ ଗୋଟାଏ ଭିତରେ ଆସିଥିବା ସମସ୍ତ ପରୀକ୍ଷାର୍ଥୀଙ୍କୁ ରାଲିରେ ଅଂଶଗ୍ରହଣ ପାଇଁ ସୁଯୋଗ ଦିଆଯିବ ବୋଲି ୧୨୦ ବାଟାଲିୟନ କମାଣ୍ଡିଂ ଅଫିସର କହିଛନ୍ତି ।

ପୂର୍ବରୁ ନିଯୁକ୍ତି ରାଲିରେ ଅଂଶଗ୍ରହଣ କରିବା ପାଇଁ ହଜାର ହଜାର ପରୀକ୍ଷାର୍ଥୀ ଭୁବନେଶ୍ୱରରେ ରାତି ସାରା ଅସୁରକ୍ଷିତ ଭାବେ ଫୁଟପାଟରେ ଶୋଇଥିଲେ।  ଏନେଇ ସୋଶାଲ୍ ମିଡିଆରେ ଭିଡିଓ ଭାଇରାଲ ହୋଇଥିଲା।  ଏହାପରେ କମିଶନରେଟ ପୋଲିସ ପକ୍ଷରୁ ପରୀକ୍ଷାର୍ଥୀଙ୍କ ପାଇଁ ଅସ୍ଥାୟୀ ଭାବେ ଟେଣ୍ଟ କରିବାକୁ ଏକ ଖୋଲା ପଡିଆ ଯୋଗାଇ ଦିଆଯାଇଥିଲା ।

 

You might also like