ଆର୍ମିରେ ଯୋଗ ଦେବାକୁ ଓଡ଼ିଆ ଝିଅଙ୍କୁ ଚଣ୍ଡିପ୍ରସାଦଙ୍କ ଆହ୍ୱାନ

ଭୁବନେଶ୍ୱର: ସେନାରେ ଯୋଗ ଦେବାକୁ ଓଡ଼ିଆ ଯୁବକ ଯୁବତୀଙ୍କୁ ଆହ୍ୱାନ ଦେଇଛନ୍ତି ଭାରତୀୟ ସେନାର ସଦର୍ଣ୍ଣ କମାଣ୍ଡ ମୁଖ୍ୟ ଲେଫ୍ଟେନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି। ସେ ଭାରତୀୟ ସେନାର ଉପମୁଖ୍ୟ ଭାବେ ଆସନ୍ତା ୩୧ ତାରିଖରେ ଦାୟିତ୍ୱ ନେବେ। ସେନାର ଉପମୁଖ୍ୟ ହେବା ପରେ ଦାୟିତ୍ୱ ତ ବଢ଼ିବ, ତେବେ ଓଡ଼ିଶାବାସୀଙ୍କ ପାଇଁ ଯାହା କରିହେବ। ସେଥିଲାଗି ଉଦ୍ୟମ କରିବେ ବୋଲି କହିଛନ୍ତି ଚଣ୍ଡିପ୍ରସାଦ।

ପୂର୍ବ ଅପେକ୍ଷା ସେନାରେ ଏବେ ଅଧିକ ସୁବିଧା ସୁଯୋଗ ରହିଛି। ତେଣୁ ଯେଉଁମାନେ ପାରିବେ ସେନାରେ ଯୋଗ ଦେବାକୁ ସେ ଆହ୍ୱାନ ଦେଇଛନ୍ତି ଓଡ଼ିଆଙ୍କ ପାଇଁ ସେନାରେ ଭ୍ୟାକେନ୍ସି ବଢାଇବାକୁ ଉଦ୍ୟମ କରିବେ ବୋଲି କହିବା ସହ ଝିଅମାନଙ୍କୁ ସେନାରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି।

ମୋତେ ଯାହାବି ମିଳିଛି, ତାହା ସହ ବି ଦାୟିତ୍ୱ ବି ବଢିଛି। ଓଡ଼ିଶାରେ ଭ୍ୟାକେନ୍ସି ବଢାଇବା ପାଇଁ ମୁଁ ଚେଷ୍ଟା କରିବି। ଓଡ଼ିଶାରୁ ଝିଅମାନେ ଆର୍ମିରେ ଯୋଗ ଦିଅନ୍ତୁ। ସେନାରେ ମହିଳାମାନଙ୍କ ପାଇଁ ଅନେକ ସୁବିଧା ରହିଛି। ଏଥିରେ ଶାରୀରିକ ସକ୍ଷମ ରହିବା ଦରକାର। ରାଜ୍ୟର ପିଲାମାନେ ଅଧିକରୁ ଅଧିକ ସେନାରେ ଯୋଗ ଦିଅନ୍ତୁ ଏହାହିଁ ମୁଁ ଚାହେଁ।
-ଚଣ୍ଡିପ୍ରସାଦ ମହାନ୍ତି, ଲେଫ୍ଟେନାଣ୍ଟ ଜେନେରାଲ

ସେହିପରି ସେନାରେ ଫିଟ୍ ହେବା ପାଇଁ ନିଜକୁ ଦକ୍ଷ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଆଜି ଭୁବନେଶ୍ୱରରେ ୧୨୦ ବାଟାଲିୟନରେ ପୂର୍ବତନ ସୈନିକମାନଙ୍କୁ ଭେଟିବେ। ତେବେ ଆସନ୍ତାକାଲି ସେ ସୈନିକ ସ୍କୁଲରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ ସେନା ଉପମୁଖ୍ୟ ଏସ୍.କେ. ସାଇନି। ଜାନୁଆରୀ ୩୧ରେ ଅବସର ଗ୍ରହଣ କରିବେ। ଏହାପରେ ଭାରତୀୟ ସେନା ଉପମୁଖ୍ୟ ଭାବେ ଦାୟିତ୍ୱ ନେବେ ଲେଫ୍ଟେନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି।

ଏବେ ସଦର୍ଣ୍ଣ କମାଣ୍ଡ୍‌ର କମାଣ୍ଡର ଅଛନ୍ତି LG ଚଣ୍ଡିପ୍ରସାଦ ମହାନ୍ତି। LG ଚଣ୍ଡିପ୍ରସାଦ ମହାନ୍ତିଙ୍କ ଘର ଜଗତସିଂହପୁର ଜିଲ୍ଲା ଜୟବଡ଼। ଡେରାଡୁନ ସ୍ଥିତ ଇଣ୍ଡିଆନ ମିଲିଟାରୀ କଲେଜରେ ପାଠ ପଢିଥିବା ଏହି ଓଡିଆ ପୁଅ, ନାସନାଲ ଡ଼ିଫେନ୍ସ ଏକାଡେମୀ ଏବଂ ଇଣ୍ଡିଆନ୍ ମିଲିଟାରୀ ଏକାଡେମୀରେ ଟ୍ରେନିଂ ନେଇଛନ୍ତି। ରାଜପୁତ ରେଜିମେଂଟ୍‌ର ୧୯୮୨ ବ୍ୟାଚ୍ ଇନଫାନଟ୍ରି ଅଫିସର ହେଉଛନ୍ତି ଚଣ୍ଡିପ୍ରସାଦ ମହାନ୍ତି। ଭାରତୀୟ ସେନାରେ ଦୀର୍ଘ ୩୮ ବର୍ଷର ଅଭିଜ୍ଞତା ମଧ୍ୟରେ ସେ ଚୀନ୍ ଏବଂ ପାକିସ୍ତାନ ସୀମା ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଦାୟିତ୍ୱ ତୁଲାଇଛନ୍ତି। ସେ ଜମ୍ମୁ କାଶ୍ମୀରରେ କମ୍ପାନୀ କମାଣ୍ଡର ସହ ଏଲଓସିରେ ବାଟାଲିଅନ କମାଣ୍ଡର ରହିସାରିଛନ୍ତି। ଆସାମରେ ଉଲଫା ଆତଙ୍କବାଦୀ ବିରୋଧୀ- ଅପରେସନ ଅଲ୍ କ୍ଲିୟରରେ ଚଣ୍ଡିପ୍ରସାଦଙ୍କ ବାଟାଲିୟନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା।
You might also like