ଗାଁ ଦାଣ୍ଡରୁ ମିଳିଲା ଆର୍ମି ଯବାନଙ୍କ ମୃତଦେହ

ଆସିକା: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ସାହସପୁର ଗାଁର ୨୭ ବର୍ଷୀୟ ଆର୍ମି ଯବାନ ରଞ୍ଜନ ନାହାକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସଂଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରାଯାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ, ରଞ୍ଜନ ନିଜ ସାଙ୍ଗଙ୍କ ସହ ବାଡୁଳା ଛକରେ ବସିଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଆକ୍ରମଣରେ ରଞ୍ଜନଙ୍କ ୨ଜଣ ସାଙ୍ଗ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ରଞ୍ଜନଙ୍କୁ ଆସିକା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଗାଙ୍ଗପୁର ପୋଲିସ୍‌ ଘଟଣାର ଛାନଭିନ୍ କରୁଛି। ଏହି ଘଟଣାରେ ୫ରୁ ଅଧିକ ଲୋକଙ୍କୁ ଅଟକ ରଖି ପୋଲିସ୍‌ ପଚରାଉଚରା କରୁଛି।

You might also like