ଅଗଷ୍ଟ ୨୧ରୁ +୨ ଆଡ୍‌ମିଶନ୍ ଆବେଦନ, କମିଲା ଆଡ୍‌ମିଶନ୍ ଆବେଦନ ‌ଫି’

ଭୁବନେଶ୍ୱର: ଅଗଷ୍ଟ ୨୧ରୁ +୨ ଆଡ୍‌ମିଶନ୍‌ ପାଇଁ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ଏ ନେଇ ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।

ଅନ୍‌ଲାଇନ୍‌ରେ ଆଡ୍‌ମିଶନ୍ ପାଇଁ ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ SAMS ସେଣ୍ଟର ଜରିଆରେ ‌ଆବେଦନ କରିପାରିବେ ଛାତ୍ରଛାତ୍ରୀ।

କରୋନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଡମିଶନ୍‌ ଆବେଦନ ଫି’ କମାଇଛନ୍ତି। ସାଧାରଣ ବର୍ଗ ଓ SC/ST ପିଲାଙ୍କ ପାଇଁ ୧୦୦ ଟଙ୍କା ଫି’ ହ୍ରାସ କରାଯାଇଛି।

ଚଳିତ ବର୍ଷ ସାଧାରଣ ବର୍ଗ ପିଲାଙ୍କ ପାଇଁ ଆବେଦନ ଫି’ ୨ଶହ ଟଙ୍କା ରହିଛି। ସେହିପରି SC/ST ପିଲାଙ୍କ ପାଇଁ ଆବେଦନ ଫି’ ୧୦୦ ଟଙ୍କା ରଖା ଯାଇଛି। ଏ ନେଇ ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।

ସେପ୍ଟେମ୍ବର ୯ରେ ମେରିଟ ଲିଷ୍ଟ ପ୍ରକାଶ ପାଇବ ବୋଲି ମନ୍ତ୍ରୀ କହିଛନ୍ତି।

ପଢ଼ନ୍ତୁ: ୧୫ କଲେଜରେ ରେଜଲ୍ଟ ଜିରୋ

You might also like