• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ୮ ମାସ ପରେ ପୁଣି ଲର୍ଣ୍ଣସ୍‌ ଲାଇସେନ୍ସ ପାଇଁ ସ୍ଲଟ୍ ବୁକିଂ ଏବଂ ଟେଷ୍ଟ ଆରମ୍ଭ ହେବାକୁ ଯାଉଛି।କରୋନା କଟକଣା ମଧ୍ୟରେ ଏହା ଆରମ୍ଭ ହେବ।

୧୨ ତାରିଖରୁ ସ୍ଲଟ୍ ବୁକିଂ, ୧୬ରୁ ଟେଷ୍ଟ ଆରମ୍ଭ ନେଇ ପରିବହନ କମିଶନର ଅଫିସ ପକ୍ଷରୁ ସୂଚନା ଦିଆଯାଇଛି।୧୨ ତାରିଖ ଦିନ ୧୧ଟାଠାରୁ ସ୍ଲଟ୍ ବୁକିଂ ଆରମ୍ଭ ହେବ। ପ୍ରତିଦିନ ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସ୍ଲଟ୍ ବୁକିଂ କରାଯିବ। ପୂର୍ବରୁ ଲର୍ଣ୍ଣସ୍‌ ଲାଇସେନ୍ସ ପାଇଁ ଆବେଦନ କରିଥିବା ବ୍ୟକ୍ତି ହିଁ ସ୍ଲଟ୍ ବୁକିଂ କରିପାରିବେ।

ସେହିପରି ଲର୍ଣ୍ଣସ୍‌ ଲାଇସେନ୍ସ ଟେଷ୍ଟ ପାଇଁ ୧୫ ମିନିଟ ସମୟ ଦିଆଯିବ। କିନ୍ତୁ କୋଭିଡ୍ ଲକ୍ଷଣ ଥିବା ଆବେଦନକାରୀଙ୍କୁ ଲର୍ଣ୍ଣସ୍‌ ଲାଇସେନ୍ସ ଟେଷ୍ଟ ପାଇଁ ଅନୁମତି ମିଳବ ନାହିଁ। ଯଦି କେହି ନିୟମରେ ଖିଲାପ କରନ୍ତି, ଏନେଇ ଥାନାରେ ଆରଟିଓ ପକ୍ଷରୁ ଅଭିଯୋଗ କରାଯିବା ନେଇ ଚେତାବନୀ ଦିଆଯାଇଛି।

ଆବେଦନକାରୀ ନିଜ ସହ ବନ୍ଧୁ କିମ୍ବା ପରିବାର ଲୋକଙ୍କୁ ଆଣି ପାରିବେ ନାହିଁ। ଟେଷ୍ଟିଂ ସେଣ୍ଟରରେ କୋଭିଡ କଟକଣା କଡ଼ାକଡ଼ି ପାଳନ ହେବ।

ରାଜ୍ୟରେ କରୋନା ସଂକ୍ରମଣ ମାର୍ଚ୍ଚରେ ଆରମ୍ଭ ହେବା ପରଠାରୁ ମାର୍ଚ୍ଚ ୨୫ ତାରିଖରେ ଲର୍ଣ୍ଣସ୍ ଲାଇସେନ୍ସ ସେବା ଆରଟିଓରେ ବନ୍ଦ କରି ଦିଆଯାଇଥିଲା। ମାର୍ଚ୍ଚ ୧୮ ତାରିଖରୁ ସ୍ଲଟ୍ ବୁକିଂ କାର୍ଯ୍ୟକ୍ରମ ବାତିଲ୍ ହୋଇଥିଲା।

ନୂଆ ଲର୍ଣ୍ଣସ୍ ଲାଇସେନ୍ସ ପାଇଁ ଆବେଦନ କରିବାକୁ ଚାହୁଁଥିବା ଗାଡ଼ି ଚାଳକଙ୍କ ପାଇଁ ଖୁବଶୀଘ୍ର ତାରିଖ ଘୋଷଣା କରାଯିବ ବୋଲି ସୂଚନା ମିଳିଛି।

https://youtu.be/CQMYLwFzVFY

Application-for-learner-licence-to-start-from-nov-12-in-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories