ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ କର୍ମଚାରୀ ସଂଘ

ଭୁବନେଶ୍ୱର: ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ କର୍ମଚାରୀ ସଂଘ। କର୍ମଚାରୀଙ୍କୁ ନିଯୁକ୍ତି ପତ୍ର, ଇଏସ୍‌ଆଇ ଓ ସର୍ବନିମ୍ନ ମଜୁରି ପ୍ରଦାନ ସହ ‌ଆପୋଲୋ ହସ୍ପିଟାଲରେ ଚିକିତ୍ସା ସୁବିଧା ‌ଆଦି ଦାବି ଯଦି ପୂରଣ ନ ହୁଏ ତେବେ ସଂଘ ଆନ୍ଦୋଳନ କରିବ ବୋଲି ଜଣାପଡ଼ିଛି।

ଏନେଇ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉ ନ ଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସଂଘ ଅଭିଯୋଗ କରିଛି।  ଯଦି ଆସନ୍ତା ୩୦ ତାରିଖ ସୁଦ୍ଧା ଦାବି ପୁରଣ ନ ହୁଏ ତେବେ ହସ୍ପିଟାଲ୍‌ ଓ ଶ୍ରମ କମିଶନଙ୍କ ଅଫିସ ଆଗରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ସଂଘ ଚେତାବନୀ ଦେଇଛି।

ଅନ୍ୟପକ୍ଷରେ ସଂଘର ଅଭିଯୋଗ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

You might also like