ରୋବଟ୍ ତିଆରି କଲେ ଢେଙ୍କାନାଳର ଯୁକ୍ତ ଦୁଇ ଛାତ୍ର

କାମାକ୍ଷାନଗର: କୋଭିଡ ମହାମାରୀ ସମୟରେ ସ୍କୁଲ, କଲେଜ ବନ୍ଦ ରହିଛି। ଏଭଳି ସମୟରେ ଘରେ ବସି ନରହି ଜଣେ ଯୁକ୍ତ ଦୁଇ ଛାତ୍ର ତିଆରି କରିପାରିଛନ୍ତି ଏକ ରୋବଟ୍, ଯାହାର ନାମ ସେ ରଖିଛନ୍ତି କୋଭିଡ ହେକ୍ସା ବିଟ୍ ରୋବଟ୍। ରୋବଟ୍‌କୁ ତିଆରି କରିଛନ୍ତି ଢେଙ୍କାନାଳ କାମାକ୍ଷାନଗର ମଢିସାହିର ବାସୁଦେବ ଓଝାଙ୍କ ପୁଅ ଦ୍ୱିତୀକୃଷ୍ଣ।

ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସିଯାଏ। ନିଜର ଦୃଢ଼ ମନୋବଳ ସହ କିଛି ନୂଆ କରିବାର ଇଚ୍ଛା ମଣିଷକୁ ସଫଳତାର ଶୀର୍ଷରେ ପହଞ୍ଚାଏ। ଏହାର ଉଦାହରଣ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମଢିସାହିର ବାସୁଦେବ ଓଝାଙ୍କ ପୁଅ ଦ୍ୱିତୀକୃଷ୍ଣ ଓଝା। ଦ୍ୱିତୀକୃଷ୍ଣ ଯୁକ୍ତ ଦୁଇର ଛାତ୍ର ହୋଇ ନିର୍ମାଣ କରିପାରିଛନ୍ତି କୋଭିଡ ହେକ୍ସା ବିଟ୍ ରୋବଟ୍ ଯାହା କୋଭିଡ ମହାମାରୀ ସମୟରେ ରୋଗୀଙ୍କ ପାଇଁ ଉପଯୋଗୀ ବୋଲି ଦାବି କରନ୍ତି ଦ୍ୱିତୀକୃଷ୍ଣ।

ଜାଣନ୍ତୁ, କେଉଁ କେଉଁ ସୁବିଧା ଯୋଗାଇବ ଏହି ରୋବଟ୍:-

  • ଏହି ରୋବଟ୍ ୭୦ କିଲୋଗ୍ରାମ ଓଜନର ଜିନିଷ ବହନ କରିବାର କ୍ଷମତା ରଖିଛି।
  • ଏଥିରେ ଯେକୌଣସି ବ୍ୟକ୍ତି ବସିଲେ ରୋବଟ୍ ନେବା ଆଣିବା ମଧ୍ୟ କରିପାରିବ।
  • ୨.୪ କିଲୋମିଟର ରେଡିଅସରୁ ରିମୋଟ୍ ମାଧ୍ୟମରେ ଏହାକୁ ନିୟନ୍ତ୍ରଣ କରାଯାଇପାରିବ।
  • ଥରେ ଚାର୍ଜ ହେଲେ ପ୍ରାୟ ୪ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇଥାଏ।
  • ରୋବଟ୍ ସାନିଟାଇଜ କରିପାରିବା ସହ ଡ଼ାକ୍ତରଙ୍କ ସହ ଭିଡ଼ିଓ କଲିଂ।
  • ବିନା ସ୍ପର୍ଶରେ ରୋଗୀ ନିକଟରେ ମେଡ଼ିସିନ ପହଞ୍ଚାଇବା।
  • ରୋଗୀଙ୍କ ତାପମାତ୍ରା ମାପିବା ଭଳି କ୍ଷମତା।

ଡାକ୍ତରଖାନା, କୋଭିଡ କେୟାର, କ୍ୱାରେଣ୍ଟାଇନ ସେଣ୍ଟର ଆଦି ଗୁଡିକରେ ଏହାକୁ ବ୍ୟବହାର କରାଯାଇପାରିବ ବୋଲି ଦାବି କରିଛନ୍ତି ଏହାର ନିର୍ମାତା। ଛୋଟ ବେଳୁ ଘରେ ଥିବା ଇଲେକ୍ଟ୍ରୋନିକ୍ସ ଜିନିଷ ଭାଙ୍ଗିବା ଏବଂ ସେଗୁଡିକ ସଜାଡିବାରେ ଅଭ୍ୟସ୍ତ ଥିଲେ ଦ୍ୱିତୀକୃଷ୍ଣ। ସେ ସଦାସର୍ବଦା ଜୀବନରେ କିଛି ନୂଆ କରିବାର ଅଭିଳାଷ ରଖନ୍ତି ଦ୍ୱିତୀକୃଷ୍ଣ।

ଆଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏହି ରୋବଟ୍‌ରେ ଖର୍ଚ୍ଚ ହୋଇଛି ୩୦ ହଜାର ଟଙ୍କା। ନିର୍ମାଣ କରିଥିବା ରୋବଟରେ ଲାଗିଛି ୧୨ ଭୋଲଟ ବ୍ୟାଟେରୀ, ଥର୍ମାଲ ସେନସର, ରିସିଭର, ଟ୍ରାନ୍ସମିଟର, ସ୍ପ୍ରିଂକଲର ଆଦି ଉପକରଣ। ତେବେ ଦ୍ୱିତୀକୃଷ୍ଣଙ୍କ ଏଭଳି ରୋବଟ୍ ନିର୍ମାଣ ଶୈଳୀକୁ ସବୁଠି ପ୍ରଂଶସା କରାଯାଇଛି।

ଆହୁରି ପଢ଼ନ୍ତୁ

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ୩ ଜୀବନ

ଓଡ଼ିଶାର ଏଇ ପ୍ରମୁଖ ସହର ୨ ଦିନ ସଟଡାଉନ୍

ଦୈନିକ ସାଢେ ୪ ଘଣ୍ଟା ହେବ ଗୃହ କାର୍ଯ୍ୟ

‘ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମନେପଡ଼େ ନିର୍ବାଚନ ମଣ୍ଡଳୀ କଥା’

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୧,୭୦୯ ଜଣ ପୋଲିସ୍ କର୍ମଚାରୀଙ୍କୁ ଦିଆଯିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

You might also like