ଓଡ଼ିଶା ବାର୍ କାଉନସିଲ୍ ଅଧ୍ୟକ୍ଷଙ୍କୁ ହାଜର ପାଇଁ ନୋଟିସ୍

ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ

ଭୁବନେଶ୍ୱର : ଓକିଲ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟଙ୍କ କଠୋର ଆଭିମୁଖ୍ୟ। ଓଡ଼ିଶା ବାର୍ କାଉନସିଲ୍ ଅଧ୍ୟକ୍ଷଙ୍କୁ ହାଜର ପାଇଁ ନୋଟିସ୍ ଦିଆଯାଇଛି। ହାଇକୋର୍ଟ ବାର୍ ଆସୋସିଏସନ ସଭାପତିଙ୍କୁ ମଧ୍ୟ ହାଜର ହେବାକୁ ସବୋର୍ଚ୍ଚ ଅଦାଲତ କହିଛନ୍ତି। ଏନେଇ ଭାରତୀୟ ବାର୍ କାଉନସିଲ୍ ଅଧ୍ୟକ୍ଷଙ୍କୁ ସହଯୋଗ ପାଇଁ କୋର୍ଟ କହିଛନ୍ତି। ଆନ୍ଦୋଳନରତ ଓକିଲଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେଇ ସହଯୋଗ ଲୋଡ଼ିଛନ୍ତି। ମହକିଲଙ୍କୁ ସୁରକ୍ଷା ଯୋଗାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

ମହକିଲଙ୍କ ସମେତ ଇଚ୍ଛୁକ ଓକିଲଙ୍କୁ ସୁରକ୍ଷା ଦେବାକୁ କହିଛନ୍ତି କୋର୍ଟ। ସେପଟେ ଏହି ମାମଲାରେ ହାଇକୋର୍ଟଙ୍କ ପକ୍ଷରୁ ଲଢୁଥିବା ଓକିଲଙ୍କୁ ସତ୍ୟପାଠ ଦେବାକୁ ନିର୍ଦ୍ଦେଶ ହୋଇଛି। ଗତ ୨୦୧୮-୧୯ ବର୍ଷରେ କୋର୍ଟରେ କେତେ ଦିନ ଅଚଳ ହୋଇଛି ସେ ସମ୍ପର୍କରେ ସତ୍ୟପାଠରେ ଦର୍ଶାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଖାଲି ହାଇକୋର୍ଟ ନୁହେଁ ନିମ୍ନ କୋର୍ଟରେ ବି କେତେ ଦିନ କାର୍ଯ୍ୟ ଚାଲିଛି ସେ ନେଇ କୋର୍ଟ ତଥ୍ୟ ମାଗିଛନ୍ତି । ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଆସନ୍ତା ୮ ତାରିଖରେ ହେବ।

You might also like