’ମାଗଣାରେ ନୁହେଁ, ଅନ୍ନପୂର୍ଣ୍ଣା ଯୋଜନାରେ ୧ ଟଙ୍କାରେ ମିଳିବ ଖାଦ୍ୟ’

ବିଏମସିର ବିଜ୍ଞପ୍ତି ପରେ ସ୍ପଷ୍ଟ କଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର: ଅନ୍ନପୂର୍ଣ୍ଣା ଯୋଜନାରେ ମାଗଣା‌ରେ ଖାଦ୍ୟ ମିଳିବ ନାହିଁ, ଖାଦ୍ୟ ଖାଇବା ପାଇଁ ୧ଟଙ୍କା ଦେବାକୁ ପଡ଼ିବ ।  ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମରେ ୧ ଟଙ୍କାରେ ଖାଦ୍ୟ ଦିଆଯିବାରେ କିଛି ନିୟମ ଉଲ୍ଲଂଘନ ହୋଇନାହିଁ । କାହାକୁ ମାଗଣାରେ ଖାଦ୍ୟ ଦିଆଯାଉନାହିଁ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି । ତା ଛଡ଼ା ଅନ୍ନପୂର୍ଣ୍ଣା ଯୋଜନାରେ ୧ ଟଙ୍କାରେ ଖାଦ୍ୟ ଦିଆଯିବା ଭୁବନେଶ୍ୱର ମହାନଗର ନିଗମର କଟକଣା ଭିତରେ ଆସୁନାହିଁ । ଗତକାଲି ବିନା ଅନୁମତିରେ ମାଗଣା ଖାଦ୍ୟ ବଣ୍ଟନକୁ ବାରଣ କରିଥିଲା BMCବିଏମସିର ବିଜ୍ଞପ୍ତି ପରେ ଏକଥା ସ୍ପଷ୍ଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଆହାର ଯୋଜନାରେ ଲୋକଙ୍କୁ ୫ ଟଙ୍କାରେ ଭାତ, ଡାଲମା ମିଳୁଥିବା ବେଳେ ଅପରାଜିତା ଷଡ଼ଙ୍ଗୀ କିନ୍ତୁ ଲୋକଙ୍କୁ ମାଗଣାରେ ଖାଦ୍ୟ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ।

ବିଏମ୍‌ସି ବିଜ୍ଞପ୍ତି ଅନୁସାରେ, କିଛି ଲୋକ ରାଜଧାନୀର ବାସଶୂନ୍ୟ ଲୋକଙ୍କୁ ବିନା ଅନୁମତିରେ ଖାଦ୍ୟବସ୍ତ୍ର ବଣ୍ଟନ କରୁଛନ୍ତି ।  ଯଦ୍ୱାରା ସେହି ଲୋକମାନଙ୍କର ମାନସିକତାରେ ପରିବର୍ତ୍ତନ ହେଉନାହିଁ। ଭୁବନେଶ୍ୱରକୁ ଏକ ଭିକାରୀମୁକ୍ତ ସହରରେ ପରିଣତ କରିବାର ସମସ୍ତ ପ୍ରୟାସ ବିଫଳ ହେଉଛି। ରାସ୍ତାକଡ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ନବାଣ୍ଟି ବିଏମସି ଦ୍ୱାରା ପରିଚାଳିତ ହେଉଥିବା ଆଶ୍ରୟସ୍ଥଳରେ ବାଣ୍ଟିବାକୁ ନୋଟିସ୍ କରିଥିଲା । ବିଏମସିର ଅନୁମତି ନେଇ ଖାଦ୍ୟସାମଗ୍ରୀ ବଣ୍ଟାଯାଉ । ଏଥିପାଇଁ ବିଏମସି ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏପରି ନକଲେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି  ଚେତାଇ ଦିଆଯାଇଛି ।

 

ଭୋକ ଉପାସରେ ଆମେ ମରି ଗଲୁଣି, କେହିବି ଆମ କଥା ଶୁଣୁ ନାହନ୍ତି’

ସୂଚନାଯୋଗ୍ୟ ଭୋକିଲାଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ଯୋଗାଇବା ପାଇଁ ଜାନୁଆରି ୮ରେ ଏକ ଟ୍ରଷ୍ଟ ଅନ୍ନପୂର୍ଣ୍ଣାକୁ ଲୋକାର୍ପିତ କରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଜୀବନ ଜୀବୀକା ପାଇଁ ସଂଘର୍ଷ କରୁଥିବା ଓ ଭୋକ ଉପାସରେ କାଳାତିପାତ କରୁଥିବା ଓଡ଼ିଶାବାସୀଙ୍କୁ ଆତ୍ମନିର୍ଭରଶୀଳ କରାଇବା ଏହି ଟ୍ରଷ୍ଟର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଥିଲା । ଏକ କ୍ଷୁଧାମୁକ୍ତ ଓଡ଼ିଶା ଗଠନ ସ୍ୱପ୍ନକୁ ସାକାର ଲାଗି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ଟ୍ରଷ୍ଟ ଗଠନ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ‘ଅନ୍ନପୂର୍ଣ୍ଣା’ ଭୁବନେଶ୍ୱର ସହରରେ ଭୋକିଲାଙ୍କୁ ଖାଦ୍ୟ ଯୋଗାଇବ ଓ ପରବର୍ତ୍ତୀ ସମୟରେ ଓଡ଼ିଶା ପାଇଁ କାର୍ଯ୍ୟ କରିବ। ଗତ ନଭେମ୍ବର ମାସରେ ଟ୍ରଷ୍ଟ ପକ୍ଷରୁ ପ୍ରାଥମିକ ସର୍ଭେ କରାଯାଇ ଗରିବ ଓ ଭୋକିଲା ଲୋକଙ୍କୁ ଚିହ୍ନଟ କରାଯାଇଛି। ତେବେ ଏହି ଯୋଜନା ସିଧାସଳଖ ରାଜ୍ୟ ସରକାରଙ୍କ ୫ଟଙ୍କିଆ ଭାତ-ଡାଲମା ଯୋଜନା ‘ଆହାର’କୁ କାଉଣ୍ଟର କରିବ ବୋଲି ଆଲୋଚନା ଜୋର ଧରିଥିଲା। ।

You might also like