ଭୁବନେଶ୍ୱରରେ ପହଞ୍ଚିଲେ ଅପରାଜିତା ଷଡ଼ଙ୍ଗୀ

ବିମାନବନ୍ଦରରେ ଅପରାଜିତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଭୁବନେଶ୍ୱର : ଭୁବନେଶ୍ୱର ପହଞ୍ଚିଲେ ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ। ଅାଜି ସକାଳେ ବିମାନବନ୍ଦରରେ ପହଞ୍ଚିବା ପରେ ଅପରାଜିତାଙ୍କୁ ଦଳ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଅାଯାଇଥିଲା। ରାଜଧାନୀ ଅାସି ପ୍ରଥମେ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ ଅପରାଜିତା।

ଏହା ପରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯିବାର କାର୍ଯ୍ୟକ୍ରମ ରହିଛି। ଗତ ୨୭ରେ ଦିଲ୍ଲୀରେ ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ବାସଭବନରେ ବିଜେପିରେ ଯୋଗ ଦେଇଥିଲେ ଅପରାଜିତା।  IAS ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ରାଜନୀତିରେ ଯୋଗ ଦେଇଛନ୍ତି ଏହି ଓଡ଼ିଶା କ୍ୟାଡର ଅଧିକାରୀ।

You might also like