• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଓଡ଼ିଶା ସୀମାନ୍ତ ଗାଁରେ ଭୋଟ୍ ସରିଲା। କୋରାପୁଟ ଓ ଗଞ୍ଜାମ ଜିଲ୍ଲାର ସୀମାନ୍ତ ଗାଁରେ  ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ ଆଜି ପଡ଼ିଛି। କୋରାପୁଟ ପାଟୁସେନେରିରେ ସକାଳ ୬ରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ଅପରାହ୍ନ ସାଢ଼େ ଗୋଟାଏ ଯାଏଁ ମତଦାନ ଚାଲିଥିଲା। ନକ୍ସଲ ପ୍ରବଣ ଇଲାକା ହୋଇଥିବାରୁ ଆନ୍ଧ୍ର ପୋଲିସ୍‌ର ସୁରକ୍ଷା ବି କଡ଼ା ଥିଲା। ଆଉ ବିଡ଼ମ୍ବନା, ଓଡ଼ିଶାର ପାଟୁସେନେରିକୁ ଏଠି ପଟୁଚେନୁରୁ ବୋଲି ବିଜୟନଗରମ୍ ପ୍ରଶାସନ ଦର୍ଶାଇଛି।

ଯେଉଁଥିରେ ମାଡ଼କାର, ଡଳିଆମ୍ବ, ବର୍ଣ୍ଣାପଡୁ, ପାଟୁସେନେରି ଓ କୋନାଦରା ଆଦି ଓଡ଼ିଶାର ୫ଟି ଗାଁ ରହିଛି। ସେହିପରି ତଳ ଗଂଜେଇପଦରର ନାଁ ବଦଳେଇ ଗଂଜେଇବାଦ୍ରା ନାଁରେ ବି ନିର୍ବାଚନ ଆନ୍ଧ୍ର କରାଇଛି। ତେବେ କେଉଁ ପରିସ୍ଥିତିରେ ଏଠି ଆନ୍ଧ୍ର ନିର୍ବାଚନ କଲା, ଜିଲ୍ଲା ପ୍ରଶାସନ କଣ କରୁଥିଲା ଏ ନେଇ ସ୍ଥାନୀୟ ବିଜେପି ନେତା କୋରାପୁଟ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଘେରିଥିଲେ।

ସେପଟେ ଗଂଜାମ ପାତ୍ରପୁର ବ୍ଲକର ଟି. ବ୍ରହ୍ମପୁର ପଞ୍ଚାୟତରେ ବି ବହୁ ଓଡ଼ିଆ ଲୋକ ଆନ୍ଧ୍ର ଭୋଟ୍ ପରିଚୟପତ୍ର ଦେଖାଇ ମତଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ଆନ୍ଧ୍ରର ଶ୍ରୀକାକୁଲମ ଓ ଇଚ୍ଛାପୁର ମଣ୍ଡଳରେ ଥିବା ଓଡ଼ିଶା ସୀମାନ୍ତ ଗାଁର ଲୋକମାନେ ନିଜଆଡୁ ଭୋଟ୍ ପ୍ରକ୍ରିୟାରେ ସାମିଲ ହୋଇଥିଲେ।

ତେବେ ଗଜପତି ସୀମାନ୍ତ ମଞ୍ଜୁସା ମଣ୍ଡଳରେ କିନ୍ତୁ ଫସର ଫାଟିଛି ଆନ୍ଧ୍ରର ପଞ୍ଚାୟତ ଭୋଟ୍ ଷଡ଼ଯନ୍ତ୍ର। ମାଧିଆଖୋଲ, ମାଣିକପାଟଣା, ଅମରିଙ୍ଗି, ଗୁଡୁଖୁଡ଼ି ଆଦି ଓଡ଼ିଶାର ୬ଟି ଗାଁକୁ ସାବା ପଞ୍ଚାୟତରେ ସାମିଲ କରି ପଞ୍ଚାୟତ ନିର୍ବାଚନ ପରିଚାଳନାବେଳେ ଗଜପତି ପ୍ରଶାସନ ଉପଜିଲ୍ଲାପାଳ ଏହାକୁ ପଣ୍ଡ କରିଛି। ସେଠାକାର ଗାଁ ଲୋକଙ୍କୁ ଓଡ଼ିଶା ସରକାରଙ୍କ ସବୁ ପ୍ରକାର ସହାୟତା ପ୍ରଦାନର ପ୍ରତିଶ୍ରୁତି ଦେବା ପରେ ଆଜି ଲୋକେ ଭୋଟ୍ ଦେବାକୁ ଯାଇନଥିଲେ। ହେଲେ ଗଂଜାମ କୁଲାଡ଼ି ଗାଁରେ କିନ୍ତୁ ଦେଖିବାକୁ ମିଳିଥିଲା ଓଲଟା ଚିତ୍ର। ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ବାରଣ ସତ୍ତ୍ୱେ ଭୋଟ୍ ଦେଇଥିଲେ ସ୍ଥାନୀୟ ଲୋକେ। ସେମାନଙ୍କ ଅଭିଯୋଗ ଏବେ ଆନ୍ଧ୍ର ଭୋଟ୍ କରୁଥିବାରୁ ଓଡ଼ିଶା ଅଫିସର ଆସିଛନ୍ତି ଆଗରୁ ଆସନ୍ତିନି।

ସେପଟେ ଓଡ଼ିଶା ଭିତରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୀତି ତେଜିଛି। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସିଧା ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି, ଅବିଭକ୍ତ ଗଞ୍ଜାମ ଓ କୋରାପୁଟ ଜିଲ୍ଲାର ସୀମାନ୍ତ ଗାଁ ଏବେ ଅସୁରକ୍ଷିତ ରାଜ୍ୟ ସରକାର ବିଳମ୍ବରେ ସୁପ୍ରିମକୋର୍ଟ ଗଲେ। ଆନ୍ଧ୍ରର ଷଡ଼ଯନ୍ତ୍ର ଜାଣିବାରେ ଗୁଇନ୍ଦା ବିଭାଗ ଫେଲ ହୋଇଛି। ଏମିତିକି ସୀମାନ୍ତ ଗାଁ ସୁରକ୍ଷା ପାଇଁ ତାଙ୍କ ଦଳ ସୀମାନ୍ତ ସୁରକ୍ଷା ସେଲ୍ ଗଠନ କରିବ ବୋଲି ସମୀର କହିଛନ୍ତି। ସେହିପରି କଂଗ୍ରେସ କହିଛି ରାଜ୍ୟ ସରକାରଙ୍କ ଅପାରଗତାରୁ ଆଜି ଓଡ଼ିଶା ହାରିଲା, ଆନ୍ଧ୍ର ଜିତିଲା। ଜବାବରେ ବିଜେଡି ଏ ପ୍ରସଙ୍ଗରେ କେନ୍ଦ୍ର କୋର୍ଟକୁ ବଲ୍ ଫିଙ୍ଗିଛି।

ରାଜ୍ୟ ସରକାରଙ୍କ କୌଣସି ପ୍ରଶାସନିକ ଅଧିକାରୀ ଏକଥାକୁ ଗୁରୁତ୍ୱ ଦେଇନାହାନ୍ତି। ଯାହା ଫଳରେ ବିକାଶ ଅପହଞ୍ଚ ହୋଇଛି। ଆମର ସୁଦୃଢ ଭାବାଗତ ସମ୍ପର୍କ ଥିବା ସତ୍ତ୍ୱେ ଏମାନେ ଆନ୍ଧ୍ର ମୁହାଁ ହୋଇଛନ୍ତି। 
-ସମୀର ମହାନ୍ତି, ରାଜ୍ୟ ବିଜେପି ସଭାପତି
ନୋଟିଫିକେସନ୍ ୨ ମାସ ଆଗରୁ ହୋଇଥିଲା। ସରକାର ଶୋଇଥିଲେ, ଏବେ ଯାଉଛନ୍ତି। ସେମାନେ ନୋଟିଫିକେସନ୍ ବାହାର କରି ୨ ଜଣ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ଜିତିଲେ କିନ୍ତୁ ସରକାର ଶୋଇଛନ୍ତି। 
-ନିରଂଜନ ପଟ୍ଟନାୟକ, ପିସିସି ସଭାପତି
ସେଠାରେ ଯେଉଁଭଳି ଭାବେ ନିର୍ବାଚନ ହେଉଛି, ତାହା ରାଜ୍ୟ ଭିତରେ ସମସ୍ୟା ତିଆରି କରିଛି। ଏହା ଦୁଇ ରାଜ୍ୟ ଭିତରେ ଅଶାନ୍ତି ବଢାଇବ। ଏହାକୁ ଦୂର କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ। 
-ଶଶିଭୂଷଣ ବେହେରା, ବିଜେଡି ବିଧାୟକ

https://www.youtube.com/watch?v=QF_EKJLr4SM

ଗୋଟିଏ ପଟେ କୋଟିଆକୁ ନେଇ ଆନ୍ଧ୍ର-ଓଡ଼ିଶା ବିବାଦ ସୁପ୍ରିମକୋର୍ଟରେ ଝୁଲୁଛି। ଏଣେ ଓଡ଼ିଶାର ନୂଆ ନୂଆ ସୀମାନ୍ତ ଗାଁକୁ କିନ୍ତୁ କବ୍‌ଜା ଲକ୍ଷ୍ୟରେ ଆଗେଇ ଚାଲିଛି।

ରିପୋର୍ଟ: ଟି. ଗୌରୀଶଙ୍କର, ଅଶୋକ ବ୍ରହ୍ମା ଓ ଆଦର୍ଶ ଦାସ
Ap-panchayat-polls-in-kotia
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories