• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭୁବନେଶ୍ୱର: କୋଟିଆକୁ ନେଇ ଥମୁନି ରାଜନୀତି ବିବାଦ, ବିତର୍କ ଓ ବିରୋଧ। ସେପଟେ କିନ୍ତୁ ଆନ୍ଧ୍ର ସରକାର ଏଠାକାର ୩ଟି ଗାଁରେ ନିର୍ବାଚନ କରାଉଥିବା ବେଳେ ଆଜି ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛି ବିଜେପିର ସ୍ୱତନ୍ତ୍ର ପ୍ରତିନିଧି ଦଳ। କୋଟିଆରେ ଏ ସ୍ଥିତି ପାଇଁ ଦଳ ରାଜ୍ୟ ସରକାରଙ୍କୁ ସିଧାସଳଖ ଦୋଷ ଦେଇଛି। ସେପଟେ ଆନ୍ଧ୍ର ଦାଦାଗିରି ରୋକିବାକୁ ସୁପ୍ରିମକୋର୍ଟରେ ଫେରାଦ ହୋଇଛନ୍ତି ରାଜ୍ୟ ସରକାର। ଏଭଳି ସ୍ଥିତିରେ ଆନ୍ଧ୍ର ସରକାର ନୂଆ ନିର୍ବାଚନ କରୁ ନାହାନ୍ତି, ୧୯୫୩ ରାଜ୍ୟ ଗଠନ ପରଠୁ ଏ ପ୍ରକ୍ରିୟା ଚାଲି ଆସୁଛି ଏବଂ ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ନିର୍ଦ୍ଦେଶ ଥିବାରୁ ନିର୍ବାଚନ ବନ୍ଦ ହେବନି ବୋଲି କହିଛନ୍ତି ଆନ୍ଧ୍ରର ସାଲୁର ବିଧାୟକ।

ଆନ୍ଧ୍ରପ୍ରଦେଶ ପଟକୁ କାହିଁକି ଢଳିଲେ କୋଟିଆ ବାସିନ୍ଦା? ଓଡ଼ିଶାର ସରକାରଙ୍କ ଯାବତୀୟ ସୁବିଧା ସୁଯୋଗ ଛାଡ଼ି କେଉଁ ପରିସ୍ଥିତିରେ ପଡ଼େଶୀ ରାଜ୍ୟ ପ୍ରତି ଆକର୍ଷିତ ହେଲେ କୋଟିଆର ତିନିଟି ଗାଁ ଲୋକେ? ଏମିତି ଏକାଧିକ ମୌଳିକ ପ୍ରଶ୍ନର ଉତ୍ତର ଖୋଜିବାକୁ କୋଟିଆରେ ରାଜ୍ୟ ବିଜେପିର ସ୍ୱତନ୍ତ୍ର ପ୍ରତିନିଧି ଦଳ ପହଞ୍ଚିଛନ୍ତି। ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ସୀମାନ୍ତ କୋଟିଆ ଯାଇ ପଟୁ ସିନେରୀ ଓ ଫଗୁଣ ସିନେରୀ ଗାଁ ଲୋକଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି।

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ବିଳମ୍ବରେ ହେଉ ପଛେ ଆଇନର ଆଶ୍ରୟ ନିଅନ୍ତୁ ରାଜ୍ୟ ସରକାର। କେବଳ ଏତିକି ନୁହେଁ ବରଂ ସର୍ବଦଳୀୟ ବୈଠକ ଡ଼ାକିବାର ମଧ୍ୟ ଆବଶ୍ୟକତା ରହିଛି। ଏହାର ସମାଧାନ ନିହାତି ଦରକାର। ସେପଟେ ବିଜେଡ଼ି ନେତା ଅମର ଶତପଥୀ କହିଛନ୍ତି ଯେ, ଆନ୍ଧ୍ର ସରକାର ଆମ ରାଜ୍ୟକୁ ଜବରଦସ୍ତ ପ୍ରବେଶ କରି ନିର୍ବାଚନ କରାଉଛନ୍ତି। ଏହାକୁ ନେଇ ଆମେ ଆଇନର ଆଶ୍ରୟ ନେଇଛୁ। ଆମର ବିଶ୍ୱାସ ରହିଛି ଯେ, ସର୍ବୋଚ୍ଚ ନ୍ୟାୟଳୟ ଆମକୁ ନ୍ୟାୟ ଦେବେ। ଆଉ ସେପଟେ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି ଯେ, ୨୧ ବର୍ଷ ହେଲା ରାଜ୍ୟ ସରକାର ପୂରା ଅବହେଳା କରୁଛନ୍ତି। ଯାହାର ଉଦାହରଣ ଏବେ ଦେଖିବାକୁ ମିଳୁଛି।

ତେବେ ପଡ଼ୋଶୀ ରାଜ୍ୟ ପ୍ରଶାସନ ଏ ୩ ଗାଁକୁ କବଜା କରିବା ଓ ନିର୍ବାଚନ ପ୍ରକ୍ରିୟା ଚାଲୁ ରଖିବା ପଛରେ ସିଧାସଳଖ ରାଜ୍ୟ ସରକାରଙ୍କୁ ଦାୟୀ କରିଛି ଦଳ। ସେପଟେ ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଇଛନ୍ତି ଏବଂ ସର୍ବୋଚ୍ଚ ନ୍ୟାୟାଳୟ ନ୍ୟାୟ ଦେବେ ବୋଲି ଆଶା ରଖିଛି ବିଜେଡି। ତେଣେ କଂଗ୍ରେସ ଉଭୟ ଦଳକୁ ଟାର୍ଗେଟ୍ କରିଛି।

ଏପଟେ କୋଟିଆରେ ଆନ୍ଧ୍ର ସରକାର କରୁଥିବା ପଞ୍ଚାୟତ ନିର୍ବାଚନକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଛି ଭାରତୀୟ ବିକାଶ ପରିଷଦ ସଂଗଠନ। ଏକ ଜନସ୍ୱାର୍ଥ ମାମଲା ଦାୟର କରି ସୀମାକୁ ରାଜ୍ୟ ସରକାର ତୁରନ୍ତ ସୁରକ୍ଷା ଦିଅନ୍ତୁ ବୋଲି ନିବେଦନ କରିଛି। ସେହିଭଳି ଆନ୍ଧ୍ର ସରକାର ତୁରନ୍ତ ନିର୍ବାଚନ ବନ୍ଦ କରିବାକୁ ଦାବି କରିଛି। ସେପଟେ ଆନ୍ଧ୍ର ସରକାର କୋଟିଆରେ ନୂଆ ନିର୍ବାଚନ କରୁ ନାହାନ୍ତି ବରଂ ୧୯୫୩ରେ ରାଜ୍ୟ ଗଠନ ପରଠୁ ଏ ପ୍ରକ୍ରିୟା ଚାଲି ଆସୁଛି ଏବଂ ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ନିର୍ଦ୍ଦେଶ ଥିବାରୁ ନିର୍ବାଚନ ବନ୍ଦ ହେବନି ବୋଲି ଓଟିଭିକୁ କହିଛନ୍ତିି ଆନ୍ଧ୍ରର ସାଲୁର ବିଧାୟକ।

କୋରାପୁଟ କୋଟିଆ ପଞ୍ଚାୟତର ତଳଗଞ୍ଜେଇପଦର, ପଟୁ ସିନେରୀ ଓ ଫଗୁଣ ସିନେରୀ ଭଳି ୩ଟି ଗାଁକୁ ନିଜ କବଜାକୁ ନେଇ ପଞ୍ଚାୟତ ନିର୍ବାଚନ କରାଉଛି ଆନ୍ଧ୍ର। ଏହାରି ଭିତରେ ୨ଟି ପଞ୍ଚାୟତରେ ନିର୍ବାଚନ ସରିଥିବା ବେଳେ ଆସନ୍ତା ୧୩ରେ ଆଉ ଗୋଟିଏ ପଞ୍ଚାୟତରେ ଭୋଟ୍ କରାଇବାକୁ ଯାଉଛି ଆନ୍ଧ୍ର।

Ap-election-in-kotia
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories