ଏହି ୫ ଜିଲ୍ଲାରୁ ଭୁବନେଶ୍ୱର ଆସିଲେ ରହିବେ କ୍ୱାରେଣ୍ଟିନରେ

ଭୁବନେଶ୍ୱର: ଏବେ ଭୁବନେଶ୍ୱର ଆସିଲେ ରହିବେ କ୍ୱାରେଣ୍ଟିନରେ। ରାଜ୍ୟର ରାଜଧାନୀରେ କରୋନା ମହାମାରୀ ଭୂତାଣୁ କ୍ରମାଗତ ବଢ଼ୁଥିବାର ଦେଖି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଏହି ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଅନୁଯାୟୀ, ୫ ହଟସ୍ପଟ୍ ଜିଲ୍ଲାରୁ ଯଦି କେହି ଭୁବନେଶ୍ୱର ଆସିଲେ, ତାହେଲେ ସେମାନେ ସରକାରୀ କ୍ୱାରେଣ୍ଟିନ୍‌ରେ ରହିବେ। ସେହି ୫ ଜିଲ୍ଲା ହେଲା ଗଞ୍ଜାମ, କଟକ, ବାଲେଶ୍ୱର, ଗଜପତି ଓ ଯାଜପୁର।

ଏସବୁ ଜିଲ୍ଲାରୁ କେହିବି ଯଦି ଭୁବନେଶ୍ୱର ବସ୍ତି ଅଞ୍ଚଳ ଆସିଲେ, ତାହେଲେ ସବୁ ୧୪ ଦିନ ସରକାରୀ କ୍ୱାରେଣ୍ଟିନ୍‌ରେ ରହିବେ। ଏସବୁ ଜିଲ୍ଲାରୁ କେହି ଆସିଲେ, ସେମାନଙ୍କୁ ସ୍ଲମ୍‌ ସର୍ଭେଲାନ୍ସ ଟିମ୍‌ ଧରିବ। ସ୍ଲମ୍‌ ସର୍ଭେଲାନ୍ସ ଟିମ ଜରିଆରେ ଧରାଯାଇ କ୍ୱାରେଣ୍ଟିନ୍‌ ପଠାଇ ଦିଆଯିବ ବୋଲି ବିଏମ୍‌ସି ସ୍ପଷ୍ଟ କରିଛି।

ଏ ନେଇ ଶୁକ୍ରବାର ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି, “ବାହାର ଦେଶ କିମ୍ବା ରାଜ୍ୟରୁ ୮୬୮୧ ଜଣ ଲୋକେ ରାଜଧାନୀକୁ ଫେରିଛନ୍ତି। ସେଥିରୁ ୨୭୯୧ଜଣ କ୍ୱାରେଣ୍ଟିନରେ ରହିଛନ୍ତି। ଭୁବନେଶ୍ୱରରେ ଏପର୍ଯ୍ୟନ୍ତ ମୋଟ ୨୭୪ଜଣ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏବେବି ୧୩୨ଜଣ ସକ୍ରିୟ ଅଛନ୍ତି ଏବଂ ୧୨୯ଜଣ ସୁସ୍ଥ ହୋଇଛନ୍ତି। ତେବେ ସକ୍ରିୟ ଥିବା ୧୩୨ଟି ପଜିଟିଭ୍ ମାମଲାରୁ ୨୫ଜଣ ଅନ୍ୟ ରାଜ୍ୟରୁ ଆସିଥିବା ଶ୍ରମିକ ବୋଲି ଚିହ୍ନଟ ହୋଇଛି। ଭୁବନେଶ୍ୱରରେ ସିଲ୍ ହୋଇଥିବା ଘରୋଇ ହସ୍ପିଟାଲଗୁଡ଼ିକରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୯ରେ ପହଞ୍ଚିଛି।”

ଏଠାରେ ସୂଚନାଯୋଗ୍ୟ, ଗୁରୁବାର ଭୁବନେଶ୍ୱରର ୧୦ଟି ଘରୋଇ ହସ୍ପିଟାଲ ଉପରେ ଚଢ଼ାଉ କରାଯାଇଥିଲା। କୋଭିଡ୍ ଗାଇଡଲାଇନ ଉଲ୍ଲଙ୍ଘନ କରିଥିବାରୁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ଓ ୨୪ଘଣ୍ଟା ମଧ୍ୟରେ ସେସବୁ ବ୍ୟବସ୍ଥା ସୁଧାରିବାକୁ କୁହାଯାଇଛି। ନଚେତ୍ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ଆଜି ମଧ୍ୟ ବାକି ଘରୋଇ ହସ୍ପିଟାଲରେ ଚଢ଼ଉ ଜାରି ରହିଛି।

ଆହୁରି ପଢ଼ନ୍ତୁ

ଅମିତାଭ, ଅଭିଷେକଙ୍କ ପରେ ଐଶ୍ୱର୍ଯ୍ୟା ଓ ଜୟାଙ୍କ ଆସିଲା କରୋନା ଟେଷ୍ଟ ରିପୋର୍ଟ

ଓଡ଼ିଶାରେ ଆଉ ୫୭୦ କରୋନା ଆକ୍ରାନ୍ତ‌ ଚିହ୍ନଟ, ୧୨ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

କଂଗ୍ରେସର ବରିଷ୍ଠ ନେତା କରୋନାରେ ଆକ୍ରାନ୍ତ

୧୫ ଜୁଲାଇ ଯାଏ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ

ବ୍ଲଡ୍ ଗ୍ରୁପରୁ ମିଳିବ କରୋନା ସୂଚନା!

ସଲମାନ୍ ଖାନଙ୍କ ଭଉଣୀଙ୍କର କରାଗଲା କରୋନା ଟେଷ୍ଟ

କରୋନା ନେଇ ଓଡ଼ିଶାରେ ଆଲାର୍ମିଂ ପରିସ୍ଥିତି ନାହିଁ: ILS ନିର୍ଦ୍ଦେଶକ

ପଜିଟିଭର ଦିନକ ପରେ ଆସିଲା ଏହି ପାକ୍ କ୍ରିକେଟରଙ୍କ ରିପୋର୍ଟ ନେଗେଟିଭ୍

୨୪ ଘଣ୍ଟାରେ କରୋନାର ସବୁ ରେକର୍ଡ ଭାଙ୍ଗିଲା ଦିଲ୍ଲୀ

ବିଶ୍ୱର ଏକ ନମ୍ବର ଟେନିସ୍ ଖେଳାଳିଙ୍କୁ କରୋନା

କରୋନା ରୋଗୀଙ୍କ ପାଇଁ ବିକି ଦେଲେ ଏସ୍‌ୟୁଭି କାର୍, ଆଉ କଲେ ଏମିତି କାମ

ପାକିସ୍ତାନର ୩ କ୍ରିକେଟର୍‌ଙ୍କୁ କରୋନା; ଆଜି ଆସିବ ଶୋଏବ୍‌ଙ୍କ ରିପୋର୍ଟ

You might also like