କଟକ ଓ ଭୁବନେଶ୍ୱରକୁ ଅନ୍ୟ ଜିଲ୍ଲାର କରୋନା ରୋଗୀ ଆସିବା ମନା

ଭୁବନେଶ୍ୱର: ଆଉ ଭୁବନେଶ୍ୱର କିମ୍ବା କଟକକୁ ବିଭିନ୍ନ ଜିଲ୍ଲାରୁ ଚିକିତ୍ସା ପାଇଁ ଆସିପାରିବେନି କୋଭିଡ୍ ଆକ୍ରାନ୍ତ। ଏ ଦୁଇ ସହରର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ମାତ୍ରାଧିକ ରୋଗୀ ସଂଖ୍ୟାକୁ ହ୍ରାସ ଲାଗି ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ। ଏମିତିକି ନିଜ ନିଜ ଅଞ୍ଚଳରେ କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା ସୁଦୃଢ଼ କରିବାକୁ ବି ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଓ ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ବିଭାଗୀୟ ସଚିବ ପ୍ରଦୀପ୍ତ ମହାପାତ୍ର।

ସ୍ଵାସ୍ଥ୍ୟ ବିଭାଗର ଚିଠିରେ ଥିବା ସୁପାରିଶ ଅନୁସାରେ- କ୍ରିଟିକାଲ୍ କେୟାରର ଆବଶ୍ୟକତା ଥିବା କୋଭିଡ୍ ଆକ୍ରାନ୍ତଙ୍କୁ କଟକ ଓ ଭୁବନେଶ୍ୱର ରେଫର କରାଯିବା ପୂର୍ବରୁ ପ୍ରଥମେ ଜିଲ୍ଲା ସ୍ତରରେ ଆଇସିୟୁ କିମ୍ବା ଏଚଡିୟୁରେ ଚିକିତ୍ସା ସୁବିଧା ଦିଆଯାଉ।

ଏଥିପାଇଁ ତଳସ୍ତର ଓ ଜିଲ୍ଲା ସ୍ତରର ହସ୍ପିଟାଲ ଗୁଡ଼ିକରେ ଅଧିକ ପ୍ରଶିକ୍ଷଣ ଦିଆଯିବା ଦରକାର। ଯେଉଁ ରୋଗୀ କଟକ କିମ୍ବା ଭୁବନେଶ୍ୱର ଆସିବାକୁ ଚାହୁଁଛନ୍ତି, ସେମାନଙ୍କୁ ପରିବହନ ସମୟରେ ଜୀବନ ପ୍ରତି ରହୁଥିବା ବିପଦ ସଂପର୍କରେ ସ୍ଵାସ୍ଥ୍ୟ କର୍ମଚାରୀମାନେ ବୁଝାଇବାକୁ ବି କୁହାଯାଇଛି।

ତାସହ ରୋଗୀ ପରିବହନ ସମୟରେ ଛାଡ଼ିଥିବା ଓ ଗ୍ରହଣ କରିବାକୁ ଥବା ମେଡିକାଲ ଉଭୟ ସରକାରୀ ପଲିସିକୁ କଡ଼ାକଡ଼ି ପାଳନ କରିବେ। ରୋଗୀର ଅବସ୍ଥା ସ୍ଥିର ନହେବା ଯାଏଁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ଉଚିତ୍ ନୁହେଁ।

ଆସିୟୁରେ ଭିଡ଼ କମାଇବାକୁ ହେଲେ ପ୍ରାରମ୍ଭିକ ସ୍ତରରେ କୋଭିଡ୍ ରୋଗୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଚିକିତ୍ସା ଆରମ୍ଭ କରାଯିବା ଦରକାର। ଏମିତିକି ସବୁ କୋଭିଡ୍ ହସ୍ପିଟାଲରେ ନନ୍-ଇନଭାସିଭ୍ କେୟାର ବା HFNC ପ୍ରସ୍ତୁତ କରିବାକୁ କୁହାଯାଇଛି।

ମଧ୍ୟମ ଗୁରୁତର ରୋଗୀଙ୍କୁ ରେମଡେସିଭିର ଦେବାକୁ ମଧ୍ୟ କୁହାଯାଇଛି। ଆସିୟୁ ଭିଡ଼ କମାଇବାକୁ ଗୁରୁତର ରୋଗୀଙ୍କ ଅବସ୍ଥାରେ ଉନ୍ନତି ଘଟିଲେ ତୁରନ୍ତ ସେମାନଙ୍କୁ HDU କିମ୍ବା ସେମି ICUକୁ ସ୍ଥାନାନ୍ତର କରାଯିବା ଦରକାର।

ତାସହ ସବୁ କୋଭିଡ୍ ହସ୍ପିଟାଲରେ ଅଧିକ ସଂଖ୍ୟକ ଡାଏଲସିସ୍, ପ୍ରସୂତୀ ଓ ଟ୍ରମା ଶଯ୍ୟା ପ୍ରସ୍ତୁତ କରିବା ସହ ଦୁର୍ଗମ ଅଞ୍ଚଳର ହସ୍ପିଟାଲରେ ଭର୍ଚୁଆଲ ଆଇସିୟୁ ଆରମ୍ଭ ପାଇଁ ନିର୍ଦ୍ଦେଶ ଦିଆଯାଇଛି। କମ୍ ରୋଗୀଥିବା ଜିଲ୍ଲାମାନଙ୍କରୁ ଅଧିକ ରୋଗୀ ଥିବା ଜିଲ୍ଲାକୁ ସ୍ଵାସ୍ଥ୍ୟ କର୍ମଚାରୀଙ୍କୁ ବି ସ୍ଥାନାନ୍ତର କରିବାକୁ କହିଛି ସ୍ଵାସ୍ଥ୍ୟ ବିଭାଗ।

ଆହୁରି ପଢ଼ନ୍ତୁ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଦିନକରେ ୧୬ କରୋନା ରୋଗୀ ଆଖି ବୁଜିଲେ

୨୪ ଘଣ୍ଟାରେ ଚିହ୍ନଟ ହେଲେ ୪, ୩୫୬ କରୋନା ଆକ୍ରାନ୍ତ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା‌

ଜବତ ହେଲା ବିପୁଳ ନକଲି କରୋନା ଔଷଧ

ବିଧାନସଭାର ମୌସୁମୀ ଅଧିବେଶନ; ରବିବାର ବି ଚାଲିବ ଗୃହକାର୍ଯ୍ୟ

ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ

ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଚିଠି ଲେଖିଲେ ନବୀନ

ନାଳରେ ପଶିଗଲା ଚଳନ୍ତା କାର

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ୩ ଜୀବନ

You might also like