ବାତ୍ୟା ପାଇଁ ଟେଲିକମ୍‌ କମ୍ପାନୀ ଏକାଠି: ସବୁ ମୋବାଇଲ୍‌ ଗ୍ରାହକଙ୍କୁ ମିଳିବ ନେଟ୍‌ୱର୍କ ସେବା

ଭୁବନେଶ୍ୱର: ବାତ୍ୟା ‘ଫୋନି’ ପ୍ରଭାବିତ ଅଞ୍ଚଳରେ ନିରନ୍ତର ମୋବାଇଲ ଫୋନ୍‌ ସେବା ଯୋଗାଇବାକୁ ଟେଲିକମ୍‌ କମ୍ପାନୀ ଏକାଠି ହୋଇଛନ୍ତି। ବିଏସ୍ଏନ୍ଏଲ, ଏୟାରଟେଲ୍‌, ଭୋଡାଫୋନ୍‌, ଆଇଡିଆ ଏବଂ ଜିଓ ନେଟ୍‌ଓ୍ୱର୍କ ଏକାଠି ହୋଇ ଗ୍ରାହକଙ୍କୁ ଏହି ସେବା ଯୋଗାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି।

ମୋବାଇଲ ଫୋନ୍‌ ଗ୍ରାହକ ସେମାନଙ୍କ ଫୋନ୍‌ର ସେଟିଂକୁ ଯାଇ ଏହି ସେବା ପାଇପାରିବେ।  ସେଟିଂକୁ ଯାଇ ମୋବାଇଲ ନେଟ୍‌ଓ୍ୱର୍କ ସର୍ଚିଂରେ ମାନୁଆଲ ସେଟିଂ ସିଲେକ୍ଟ କରି ଡାଟା ରୋମିଂ ଫର ଇଣ୍ଟରନେଟ୍‌କୁ ଆକ୍ଟିଭେଟ୍ କରିପାରିବେ।

ଏହାଦ୍ୱାରା ମୋବାଇଲ୍‌ରେ ଯେକୌଣସି ସିମ୍ ପଡିଥିଲେ ମଧ୍ୟ ଅନ୍ୟ କୌଣସି ମୋବାଇଲ ସେବା ଯୋଗାଉଥିବା କମ୍ପାନୀର ନେଟ୍‌ଓ୍ୱର୍କ ସହ ଯୋଡି ହୋଇ ଏହି ସେବା ପାଇପାରିବେ।

ମୋବାଇଲ ସେବା ନେଇ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସ୍‌ସିଏଲ୍‌) ପକ୍ଷରୁ ଏହି ସୂଚନା ଦିଆଯାଇଛି।

You might also like