୨୨ ଘଣ୍ଟା ପରେ ଧାରଣାରୁ ହଟିଲେ ଅନୁପଙ୍କ ପରିବାର

ଝାରସୁଗୁଡ଼ା: ୨୨ ଘଣ୍ଟାର ଧାରଣା ପରେ ଆନ୍ଦୋଳନରୁ ହଟିଲେ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ପରିବାର। ଅନୁପଙ୍କ ପରିବାର ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତକାଲିଠାରୁ ଧାରଣା ଦେଇଥିଲେ। ତେବେ ଆଜି ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ ସାମଲଙ୍କ ସହ ଆଲୋଚନା ପରେ ଧାରଣାରୁ ହଟିଛନ୍ତି ପରିବାରଲୋକେ। ଏହାସହ ତାଙ୍କ ଅଭିଯୋଗକୁ ନେଇ ଗୃହ ବିଭାଗକୁ ଅବଗତ କରିବେ ବୋଲି ଜିଲ୍ଲାପାଳ କହିଛନ୍ତି।

ହମିରପୁର ଡବଲ ମର୍ଡର ଘଟଣାର CBI ତଦନ୍ତ ଦାବି କରିଛନ୍ତି ଗିରଫ ଅଭିଯୁକ୍ତ ଅନୁପ ସାଏଙ୍କ ପରିବାରଲୋକେ। କଳ୍ପନା ଦାସ ଓ ତାଙ୍କ ଝିଅ ବବ୍ଲି ମର୍ଡର ଘଟଣାରେ ରାୟଗଡ଼ ଚକ୍ରଧରନଗର ପୁଲିସ ସେମାନଙ୍କୁ ଧମକ ଦେଉଥିବା ମଧ୍ୟ ଅନୁପଙ୍କ ପରିବାର ଅଭିଯୋଗ କରିଛନ୍ତି।

ନ୍ୟାୟ ମିଳିବା ଦାବିରେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କାଲିଠାରୁ ସାରା ରାତି ଧାରଣାରେ ବସିଥିଲେ ଅନୁପ ସାଏଙ୍କ ପରିବାର। ତାଙ୍କ ପରିବାର ମଧ୍ୟରେ ଥିଲେ ଅନୁପଙ୍କ ପତ୍ନୀ ସ୍ତ୍ରୀ, ପୁଅ, ଝିଅ, ବଡ଼ଭାଇ ଓ ଅନ୍ୟ ସଦସ୍ୟ ।

You might also like