ଚୁକ୍ତି ମୁତାବକ ନିଯୁକ୍ତି ନମିଳିବାରୁ ୨ଜଣ ବ୍ୟକ୍ତିଙ୍କ ଆତ୍ମାହୁତି ଉଦ୍ୟମ

ଅନୁଗୁଳୁ : ଚୁକ୍ତି ମୁତାବକ ନିଯୁକ୍ତି ନମିଳିବାରୁ ୨ଜଣ ବ୍ୟକ୍ତିଙ୍କ ଆତ୍ମାହୁତି ଉଦ୍ୟମ। ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ, MCL କ୍ଷତିଗ୍ରସ୍ତ ପ୍ରଜା ସୋଲଡ଼ା ଗ୍ରାମର ଅଜୟ ବେହେରା ଓ ସୁରେଶ ଚନ୍ଦ୍ର ବେହେରାଙ୍କ ଜମି ଖଣି ପାଇଁ ଅଧିଗ୍ରହଣ ହୋଇଥିଲା । ତେବେ ଚୁକ୍ତି ମୁତାବକ ସେମାନଙ୍କୁ ନିଯୁକ୍ତି ମିଳିନଥିଲା ।

ଏ ନେଇ ସେମାନେ ବିଭିନ୍ନ ସମୟରେ MCL କର୍ତ୍ତୃପକ୍ଷ ସହ ପ୍ରଶାସନକୁ ଅବଗତ କରିଥିଲେ । ତେବେ କୌଣସି ପଦକ୍ଷେପ ନିଆନଯିବାରୁ ଅଜୟ ବେହେରା ଓ ସୁରେଶ ବେହେରା ଜିଲ୍ଲାପାଳଙ୍କ ଅଫିସ ପରିସରରେ ଆତ୍ମହୁତି ଉଦ୍ୟମ କରିଥିଲେ । ତେବେ ଠିକ୍ ସମୟରେ ପୋଲିସ ଦୁଇ ଜଣଙ୍କୁ କାବୁ କରି ନେଇଥିଲା । ଏ ନେଇ କିନ୍ତୁ ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନ।

You might also like