ବେଆଇନ ସୁଧ କାରବାରରେ ଫସିଲେ ସୁଶୀଲ

ବେଆଇନ କାରବାର କରୁଥିଲେ, ଏବେ ଫସିଲେ

ଅନୁଗୁଳ(ବିରଜା ଦାସ): ସାମ୍ନାକୁ ଆସିଲା IASଙ୍କ ସମ୍ପର୍କୀୟ ଭାଇଙ୍କ ଅୟସର ପୂରା କାହାଣୀ। ପୂର୍ବତନ ଜିଲ୍ଲାପାଳଙ୍କ ରିଲେଟିଭ ସୁଶୀଳ ଅଗ୍ରୱାଲଙ୍କ ବିରୋଧରେ ଆସିଛି ସାଂଘାତିକ ଜାଲିଆତି ଅଭିଯୋଗ। ଅନୁଗୁଳର ବ୍ୟବସାୟ ସୁଶୀଳ ଏବେ ଫସିଥିବା ନେଇ ଜଣାପଡିଛି। ବେଆଇନ ସୁଧ କାରବାର ମାମଲାରେ ହଜାରେ କି ଦୁଇ ହଜାର ନୁହେଁ, ଲକ୍ଷେ କି ଦୁଇ ଲକ୍ଷ ବି ନୁହେଁ ବରଂ ୫ ଲକ୍ଷ ଟଙ୍କାରେ ୨୫ ଲକ୍ଷର ସୁଧ ଜୁଲୁମ୍ କରି ଏବେ ଚର୍ଚ୍ଚାରେ ରହିଛନ୍ତି ସୁଶୀଳ। ଜଣେ ହାଇସ୍କୁଲ ଶିକ୍ଷକଙ୍କ ଉପରେ ଜୁଲମ କରିଥିବା ନେଇ ଆସିଛି ଅଭିଯୋଗ।

ମିଳିଥିବା ସୂଚନା ଅନୁସାରେ, ଛେଣ୍ଡିପଦା ଥାନା ବାଗଡ଼ଇା ଅଞ୍ଚଳର ଶିକ୍ଷକ ବଂଶୀଧର ଦେହୁରୀ ୪ ବର୍ଷ ପୂର୍ବରୁ ୩ ପ୍ରତିଶତ ସୁଧରେ ସୁଶୀଳଙ୍କ ଠାରୁ ଧାର ଆଣିଥିଲେ ୫ ଲକ୍ଷ ଟଙ୍କା। ପରବର୍ତ୍ତୀ ସମୟରେ ସୁଧ ବାବଦକୁ ସୁଶୀଲଙ୍କ ଦାବି ମୂତାବକ ୨୫ ଲକ୍ଷ ସୁଧ ବି ଶୁଝିସାରିଥିଲେ। ପରେ ପୁଣି ସୁଧ ଦାବି କରିବାରୁ ମଧ୍ୟସ୍ଥି ଜରିଆରେ ଟଙ୍କା ଶୁଝିବା ପାଇଁ ଅନୁଗୁଳର ଲାଲ ମୋହନ ଦାସଙ୍କଠାରୁ ୪ ପ୍ରତିଶତ ସୁଧରେ ଧାର ଆଣିଥିଲେ ୨ ଲକ୍ଷ ଟଙ୍କା। କିନ୍ତୁ ଲାଲମୋହନ ୧୫ ଲକ୍ଷରୁ ଅଧିକ ଟଙ୍କା ଦାବି କରି ଜୋରଜବରଦସ୍ତ ବଂଶୀଧରଙ୍କଠାରୁ ଦସ୍ତଖତ କରାଇ ଇନେଥିଲିଲେ ବୋଜଣାପଡିଛି। ଏରିକି ସ୍କୁଲକୁ ଯାଇ ବଂଶୀଧରଙ୍କୁ ମଧ୍ୟ ଧମକ ଚମକ କରୁଥିବା ନେଇ ଅଭିଯୋଗ ହୋଇଛି। ଏନେଇ ବଂଶୀଧରଙ୍କ ଝିଅ ଅନୁଗୁଳ ସଦର ଥାନାରେ ଏତଲା ଦେବା ପରେ ପୋଲିସ ସୁଶୀଲଙ୍କୁ ଗିରଫ କରିଥିଲା। କିନ୍ତୁ ପରେ ଜାମିନ ପାଇଥିଲେ ସୁଶୀଲ। ଆଉ ଏବେ ଫେରାର ହୋଇଥିବା ଲାଲମୋହନ ଓ ତାଙ୍କ ସହଯୋଗୀଙ୍କୁ ଧରିବାକୁ ଜାଲ ବିଛାଇଛି ପୋଲିସ।

ଏନେଇ ଅନୁଗୁଳ ଏସପି ଜଗମୋହନ ମୀନା କହିଛନ୍ତି ଯେ, “ମାମଲାରେ ମନି ଲାଣ୍ଡ୍ରିଂ ଆକ୍ଟ ଲାଗିଛି। ଜଣେ ଲୋକଙ୍କୁ ଗିରଫ କରାଯିବା ସହ କୋର୍ଟ ଫରୱାର୍ଡ ମଧ୍ୟ କରାଯାଇଛି। ଯେଉଁମାନେ ଘଟଣାରେ ସମ୍ପୃକ୍ତ ଅଛନ୍ତି ଓ ଫେରାର ହୋଇଯାଇଛନ୍ତି ସେମାନଙ୍କୁ ଧରିବାକୁ ମଧ୍ୟ ଚେଷ୍ଟା କରାଯାଉଛି “।

ସୁଶୀଳଙ୍କ ଏଭଳି ଚଞ୍ଚକତା ଓ ଜୁଲୁମ୍ କିଛି ନୂଆ ଘଟଣା ନୁହେଁ। ପୂର୍ବରୁ ଅନୁଗୁଳ ବଅଁରପାଳ ତହସିଲ ଅନ୍ତର୍ଗତ କୁସାସିଙ୍ଗା ଏବଂ ଆଖପାଖ ଅଞ୍ଚଳର ଚାଷୀଙ୍କ ପାଖାପାଖି ୩ ଶହ ଏକର ଜମି ହଡ଼ପ କରିଥିବା ଅଭିଯୋଗ ଉଠିଥିଲା। ଜିଲ୍ଲା ପ୍ରଶାସନକୁ ହାତ କରି ଗତ ୧୦ ବର୍ଷ ମଧ୍ୟରେ ଏସବୁ ଜମିକୁ ହଡପ କରିଥିବା ପୂର୍ବରୁ ଅଭିଯୋଗ ଆଣିଥିଲା କଂଗ୍ରେସ। କେବଳ ସେତିକି ନୁହେଁ, କେନ୍ଦ୍ର ସରକାରଙ୍କ ଚାଉଳକୁ ଯୋଗାଣ ବିଭାଗର କଣ୍ଟ୍ରାକ୍ଟର ଥିବା ସମୟରେ ଡିଲର ପଏଣ୍ଟରେ ଲୋକଙ୍କ ଚାଉଳ କାଟିପକାଉଥିଲେ ବୋଲି ଅଭିଯୋଗ ମଧ୍ୟ ହୋଇଛି। ଏହି ଅଭିଯୋଗ ପରେ ତାଙ୍କୁ ଦାୟିତ୍ୱରୁ ହଟାଇ ଦିଆଯାଇଥିଲା। ଆଉ ଏସବୁ ବିବାଦ ଭିତରେ ଏବେ ବେଆଇନ ସୁଧ ମାମଲାରେ ଛନ୍ଦି ହୋଇଛନ୍ତି ସୁଶୀଳ। ତେବେ ସୁଶୀଳ ସୁଧ କାରବାର ଅଭିଯୋଗକୁ ଖଣ୍ଡନ କରିଥିବା ଜଣାପଡିଛି।

ଏପଟେ ସୁଶୀଲ କହିଛନ୍ତି ଯେ, ସୁଧ ଆଣିଛି ବୋଲି କିଛି ପ୍ରମାଣ ଅଛି କି? କିନ୍ତୁ ତାକୁ ଯେଉଁ ଟଙ୍କା ଦେଇଛି ତାହାର ପ୍ରମାଣ ମୋ ପାଖରେ ଅଛି। ଏହାସହ କୋର୍ଟର ଆଫିଡେଭିଡ୍‌ ମୋ ପାଖରେ ଥିବା ସୁଶୀଲ କହିଛନ୍ତି। ଟଙ୍କା ଜାଗା ବାବଦରେ ହିଁ ଦେଇଛି ଓ ଜାଗା ରେଜିଷ୍ଟ୍ରି ବାବଦରେ ହିଁ ଟଙ୍କା ନିଆଯାଇଥିବା କହିଛନ୍ତି ସୁଶୀଲ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏବେ ପୋଲିସ ହାତରେ ଧରାପଡିଥିବା ସୁଶୀଲଙ୍କ କେଳେଙ୍କାରୀ ଏତିକି ଅଛି ନା ଏ ଚେର ଆଉ କୁଆଡେ ଲମ୍ବିଛି ତାହା ଦେଖିବାକୁ ବାକି ରହିଲା।

You might also like