ଯୁବକଙ୍କ ପକେଟରୁ ମିଳିଲା ୧ ଲକ୍ଷ ୨୦ ହଜାର ଟଙ୍କାର ବ୍ରାଉନସୁଗାର

ଅନୁଗୁଳ : ରାଜ୍ୟରେ ହୁ ହୁ ହେ।ଇ ବଢିବାରେ ଲାଗିଛି ଧଳାଜହର କାରବାର ।ଏକ ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ତାଳଚେର ଅବକାରୀ ବିଭାଗ କର୍ମଚାରୀ ମୁଖ୍ୟ ବଜାର ହାଟତେ।ଟା ନିକଟସ୍ଥ ସରକାରୀ ଆଇଟିଆଇ ଛକଠାରେ ଚଢାଉ କରିଥିଲା ।

ତେବେ ଚଢାଉ ସମୟରେ ଜଣଙ୍କ ଉପରେ ସନ୍ଦେହ ହେବାରୁ ଅବକାରୀ କର୍ମଚାରୀ ସଂପୃକ୍ତ ଯୁବକଙ୍କୁ ସର୍ଚ କରିଥିଲେ । ପରେ ଯୁବକଙ୍କ ପକେଟରୁ ୧୨ ଗ୍ରାମର ବ୍ରାଉନସୁଗାର ଜବତ କରଯାଇଥିବା ନେଇ ସୂଚନା ମିଳିଛି । ଜବତ ହେ।ଇଥିବା ଧଳାଜହରର ମୂଲ୍ୟ ପ୍ରାୟ ୧ ଲକ୍ଷ ୨୦ ହଜାର ଟଙ୍କାରୁ ଅଧିକ ହେବ ବେ।ଲି ସୂଚନା ମିଳିଛି ।

You might also like