• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ଓଡ଼ିଶାରେ ଆରମ୍ଭ ହେଲା ଆଣ୍ଟିବଡି କକଟେଲ୍ ଥେରାପି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଜଣେ ୮୨ ବୟସ୍କ କୋଭିଡ୍ ରୋଗୀଙ୍କୁ ପ୍ରଥମ କରି ଏହି ଚିକିତ୍ସା ପ୍ରଦାନ କରାଯାଇଛି । ଗତ ମେ’ ମାସରେ ଏହି ଚିକିତ୍ସାକୁ ଭାରତରେ ଅନୁମତି ମିଳିଥିଲା ।

ଗତବର୍ଷ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନାରେ ଆକ୍ରାନ୍ତ ହୋଇଥିବା ସମୟରେ ତାଙ୍କୁ ମଧ୍ୟ ଏହି ଥେରାପି ଦିଆଯାଇଥିଲା । ଏହି ଆଣ୍ଟିବଡି କକଟେଲ୍ ମୁଖ୍ୟତଃ ଏକ ଇଂଜେକ୍ସନ ଯାହାକି କ୍ୟାସିରିଭାମ୍ବ ଓ ଆଇଡେଭିମ୍ୟାବ୍ ସମିଶ୍ରଣରେ ପ୍ରସ୍ତୁତ କରାଯାଇଛି । ଆମେରିକା ଓ ୟୁରୋପରେ ଏହି ଚିକିତ୍ସା ପଦ୍ଧତିର ବହୁଳ ବ୍ୟବହାର କରାଯାଉଛି । ୧୨ବର୍ଷରୁ ଅଧିକ ବୟସର ଯେକେହି କୋଭିଡ୍ ସଂକ୍ରମିତ ହେବାର ୭ରୁ ୮ ଦିନ ମଧ୍ୟରେ ଆଣ୍ଟିବଡ଼ି କକଟେଲ୍ ଚିକିତ୍ସା କରାଗଲେ ୭୦ରୁ ୮୦ ପ୍ରତିଶତ ରୋଗୀଙ୍କୁ ହସପିଟାଲ ଯିବାକୁ ପଡିବ ନାହିଁ । ଏନେଇ ବିଭିନ୍ନ ପରୀକ୍ଷଣରୁ ସ୍ପଷ୍ଟ ହୋଇଥିବା ଡାକ୍ତର ଓ ବିଶେଷଜ୍ଞମାନେ ମଧ୍ୟ ସୂଚନା ଦେଇଥିଲେ ।

ଆଣ୍ଟିବଡି କକ୍ଟେଲ ରୋଗ ବିରୁଦ୍ଧରେ ଲଢୁଥିବା ଏକ ପ୍ରୋଟିନ୍ ଯାହାକୁ କୁତ୍ରିମ ଉପାୟରେ ଲାବରୋଟୋରୀରେ ପ୍ରସ୍ତୁତ କରାଯାଏ । ଦେଶର ଅନେକ ସ୍ଥାନ ସହ ଏବେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଏହି ଥେରାପି ଆରମ୍ଭ ହୋଇଛି । ଏହି ଚିକିତ୍ସା ପଦ୍ଧତି ଆଗକୁ ବହୁ ଜୀବନ ବଞ୍ଚାଇବ ବୋଲି ଆଶା କରାଯାଉଛି ।

Antibody-cocktail-therapy-started-in-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories