ତେଜୁଛି ମଦ ବିରୋଧୀ ଆନ୍ଦୋଳନ

ରାସ୍ତାକୁ ଓହ୍ଲାଇଲେ ମହିଳା

ରାୟଗଡା: ରାୟଗଡ଼ାରେ ତେଜୁଛି ମଦ ବିରୋଧୀ ଆନ୍ଦୋଳନ। ରାୟଗଡ଼ା ବ୍ଲକର ଜେମାଦେଇପେଣ୍ଠ, ବୈରାଗୀ ହଲୁଆ ଓ ପିତାମହଲ ଆଦି ୩ଟି ପଞ୍ଚାୟତର ମହିଳାମାନେ ଏକତ୍ର ହୋଇ ମଦ ବିରୋଧୀ ଆନ୍ଦୋଳନରେ ସାମିଲ୍‌ ହୋଇ ରାସ୍ତାକୁ ଓହ୍ଲାଇଛନ୍ତି।ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବୀପତ୍ର ପ୍ରଦାନ କରିଛନ୍ତି।

ସେମାନଙ୍କ ଅଞ୍ଚଳରେ ଦେଶୀ ମଦଭାଟି ଥିବାରୁ ଘରର ପୁରୁଷମାନେ ଅବାଟକୁ ଯାଉଛନ୍ତି। ତେଣୁ ତୁରନ୍ତ ଉକ୍ତ ଭାଟିଗୁଡ଼କୁ ବନ୍ଦ କରିବାକୁ ମହିଳାମାନେ ଦାବି କରିଛନ୍ତି।

ମଦଭାଟି ବନ୍ଦ ପାଇଁ ବାରମ୍ବାର ଅବକାରୀ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ସେମାନେ ଅଭିଯୋଗ କରିଛନ୍ତି। ପ୍ରଶାସନ ଯଦି ମଦ ଭାଟି ବନ୍ଦ ନକରେ ତାହେଲେ ଆଇନକୁ ହାତକୁ ନେବାକୁ ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି।

ଆହୁରି ପଢ଼ନ୍ତୁ

You might also like