କୋରାପୁଟରେ ମାଓ ବିରୋଧୀ ପୋଷ୍ଟର

ଜୟପୁର: କୋରାପୁଟ ଜିଲ୍ଲା ଲମତାପୁଟ ଅନ୍ତର୍ଗତ ଅନକାଡେଲି, ହନୁମାଲ ଆଦି ଅଞ୍ଚଳରେ ମାଓ ବିରୋଧୀ ପୋଷ୍ଟର ଦେଖିବାକୁ ମିଳିଛି। ମାଲକାନଗିରି ବିଚ୍ଛିନ୍ନାଞ୍ଚଳ ଉନ୍ନୟନ ସମିତି ପକ୍ଷରୁ ଏହି ପୋଷ୍ଟର ଲଗା ଯାଇଛି।

ମାଓବାଦୀମାନେ ବିପ୍ଳବ ନାଁ ରେ ଯେଭଳି ନିରୀହ ଆଦିବାସୀଙ୍କୁ ହତ୍ୟା କରୁଛନ୍ତି, ପୋଷ୍ଟର ମାଧ୍ୟମରେ ଏହାର ଦୃଢ଼ ନିନ୍ଦା କରାଯାଇଛି।

ଏପରିକି ଗତ ୨୦ ତାରିଖରେ ମାଲକାନଗିରି ଜିଲ୍ଲା ଯୋଡାମ୍ବର ନିରୀହ ଆଦିବାସୀ ଯୁବକ ଦାସ ଖେମୁଣ୍ଡୁଙ୍କୁ ହତ୍ୟା କରି ଲାଲ୍‌ବାହିନୀ ନିଜର ଅସଲ ମୁଖା ଖୋଲି ଦେଇଥିବା ପୋଷ୍ଟରରେ ଉଲ୍ଲେଖ କରାଯାଇଛି।

 

You might also like