ସୁସ୍ଥ ହେଲେ ଆଉ ୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡ଼ିଶା ପାଇଁ ଆଶ୍ୱାସନାର ଖବର। ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନେ ଉଭୟ ଭୁବନେଶ୍ୱରର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି। କେବଳ ଭୁବନେଶ୍ୱରେ ସୁସ୍ଥହେବା ସଂଖ୍ୟା ୧୪ରେ ପହଞ୍ଚିଛି।

ସେହିପରି ଗତ ଦୁଇ ଦିନ ଭିତରେ ରାଜ୍ୟରେ ଜଣେ ହେଲେ ବି ଚିହ୍ନଟ ହୋଇ ନାହାନ୍ତି କରୋନା ପଜିଟିଭ୍। ଗତ ୧୫ ତାରିଖରେ ରାଜ୍ୟର ମୋଟ ୧୧ ଶହ ୯୭ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା।

ସେହିଭଳି ଗତକାଲି ମଧ୍ୟ ୮୪୩ ଜଣଙ୍କ ସାମ୍ପଲ ଟେଷ୍ଟ ହୋଇଥିଲା ଦୁଇ ଦିନ ଭିତରେ ମୋଟ ୨ ହଜାର ୪୦ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ଏହା ମଧ୍ୟରୁ ଜଣେ ହେଲେ ପଜିଟିଭ୍ ଚିହ୍ନଟ ହୋଇ ନାହାନ୍ତି ଯାହାକି ରାଜ୍ୟ ପାଇଁ ଶୁଭ ସଙ୍କେତ।

ସେପଟେ ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୭ ହଜାର ୫୭୭ ସାମ୍ପଲ ଟେଷ୍ଟ ହେଇଛି ସେ ଭିତରୁ ୭ ହଜାର ୫୧୭ ନେଗେଟିଭ୍ ଆସିଥିବା ବେଳେ ୬୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ପ୍ରକାଶଥାଉକି, କରୋନା ସଂକ୍ରମଣକୁ ଚେକ୍ ଦେବାକୁ ଭୁବନେଶ୍ୱର ପାଇଁ ସରକାର କରିଛନ୍ତି ସ୍ପେଶାଲ୍ ଷ୍ଟ୍ରାଟେଜି। ଏହା ଅନୁଯାୟୀ ଆସନ୍ତା ସପ୍ତାହେ ଭିତରେ ଭୁବନେଶ୍ୱରେ ୫ ହଜାର ଯାଏଁ ନମୁନା ପରୀକ୍ଷା କରାଯିବ। ଏଥିପାଇଁ ଲ୍ୟାବ୍‌ର ଉନ୍ନତିକରଣ ସହ ବିଭିନ୍ନ ସ୍ଥାନରେ କ୍ୟାମ୍ପ ଏବଂ ଭ୍ୟାନର ବୁଲି ସାମ୍ପଲ ସଂଗ୍ରହ କରାଯିବ।

You might also like