ପୁଣି ମେଣ୍ଢା ମାରିଲା ଅଜଣା ଜନ୍ତୁ

କଟକ: କଟକ ନରାଜରେ ପୁଣି ଅଜଣା ଜନ୍ତୁ ଆତଙ୍କ। ଗତକାଲି ରାତିରେ ପୁଣି ଆଉ ଗୋଟିଏ ମେଣ୍ଢାକୁ ଅଜଣା ଜନ୍ତୁ ମାରିଥିବା ଅଭିଯୋଗ ହୋଇଛି।

ନରାଜ ଗୋପାଳ ସାହିର କୈଳାସ ସାହୁଙ୍କ ମେଣ୍ଢାଶାଳରୁ ଗୋଟିଏ ମେଣ୍ଢାକୁ ଅଜଣା ଜନ୍ତୁ ମାରି ଦେଇଥିବା ଅଭିଯୋଗ ହୋଇଛି।

ରବିବାର ରାତିରେ ନରାଜ ଅଞ୍ଚଳରେ ୧୭ଟି ମେଣ୍ଢାକୁ ଅଜଣା ଜନ୍ତୁ ମାରିଥିଲା। ଗତକାଲି ପୁଣି ଆଉ ଗୋଟିଏ ମେଣ୍ଢାର ମୃତ୍ୟୁ ହେବାରୁ ଗୋପାଳ ସାହିରେ ଆତଙ୍କ ଖେଳିଯାଇଛି।

ହାତୀ ପାଇଁ ସିଡିଏ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବନ କର୍ମଚାରୀ ନରାଜ ଗୋପାଳ ସାହିରେ ପହଞ୍ଚି ଜଗିଥିଲେ। ଏହାସତ୍ତ୍ୱେ ଅଜଣା ଜନ୍ତୁ ଆସି ମେଣ୍ଢାକୁ ମାରି ଖାଇଥିବା କୁହାଯାଉଛି।

You might also like