ଜନ୍ମ ନେଲା ବିରଳ ଶିଶୁକନ୍ୟା, ଅଦ୍ଭୁତ ଦିଶୁଛି ମୁହଁ

ବ୍ରହ୍ମପୁର: କିଛିଦିନ ତଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ଅଦ୍ଭୁତ ଶିଶୁ କନ୍ୟା ଜନ୍ମ ହୋଇଥିବା ଖବର ସାମ୍ନାକୁ ଆସିଥିବା ବେଳେ ଏବେ ଗଞ୍ଜାମ ଜିଲ୍ଲାରେ ଏଭଳି ଏକ ବିରଳ ଓ ବିଚିତ୍ର ଶିଶୁୁକନ୍ୟା ଜନ୍ମ ନେଇଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତି ୨ଟା ୪୦ ମିନିଟ୍‌ରେ ଶିଶୁ କନ୍ୟାଟି ବ୍ରହ୍ମପୁର ମେଡିକାଲରେ ଜନ୍ମ ନେଇଛି। ଶିଶୁଟିର ମୁହଁ ଅଦ୍ଭୁତ ଦିଶୁଥିବା ଦେଖିବାକୁ ମିଳିଛି।

କୁହାଯାଉଛି ଯେ, ପ୍ରାୟ ୫ରୁ ୧୦ ଲକ୍ଷ ଶିଶୁଙ୍କ ମଧ୍ୟରୁ ଏଭଳି ଜଣେ ଶିଶୁର ଜନ୍ମ ହୋଇଥାଏ। ମେଡିକାଲ ଶବ୍ଦରେ ଏହାକୁ Harlequin Ichthyosis ବୋଲି କୁହାଯାଉଛି। ଏହା severe ଜିନେଟିକ୍ ଡିସଅର୍ଡର ଅଟେ। ଯାହା ଶରୀରର ଚର୍ମ ଉପରେ ପ୍ରଭାବ ପକାଇଥାଏ। ଏହାଦ୍ୱାରା ନବଜାତ ଶିଶୁର ଶରୀର ମୋଟା ଚର୍ମ ଆଚ୍ଛାଦିତ ହୋଇ ଏହା କ୍ରମଶଃ ଫାଟି ଯାଏ। ଏପରିକି ଏହି ମୋଟା ଚର୍ମ ଟାଣି ହୋଇ ମୁହଁକୁ ବିକୃତ ମଧ୍ୟ କରି ଦେଇଥାଏ। ଫଳରେ ମୁହଁ ଅଦ୍ଭୁତ ପ୍ରକାର ଦିଶିଥାଏ। ଯାହାଦ୍ୱାରା ଶିଶୁଟି ନିଶ୍ୱାସପ୍ରଶ୍ୱାସ ଓ ଖାଦ୍ୟ ଖାଇବାରେ ଅସୁବିଧା ସୃଷ୍ଟି ହୋଇଥାଏ। ଏଭଳି ଶିଶୁର ଜନ୍ମ ପରେ ବଞ୍ଚିବା ଆଶା କ୍ଷୀଣ ରହିଥାଏ। ତେବେ ଗତକାଲି ବ୍ରହ୍ମପୁର ମେଡିକାଲରେ ଜନ୍ମିତ ବିରଳ ଶିଶୁଟି ବର୍ତ୍ତମାନ ଜୀବିତ ଥିବା ସୂଚନା ମିଳିଛି। 

ସୂଚନାଥାଉ କି, କିଛିଦିନ ତଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା କଣୀ ଗାଁର ଉମାକାନ୍ତ ପରିଡ଼ାଙ୍କ ପତ୍ନୀ ଅମ୍ବିକା ଏକ ଅଦ୍ଭୁତ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ l ଶିଶୁଟିର ପିଠି ପଟକୁ ଗୋଟେ ହାତ ରହିଥିବା ଦେଖିବାକୁ ମିଳିଥିଲା। ଚିକିତ୍ସା ପାଇଁ ଶିଶୁଟିକୁ କଟକ ଶିଶୁ ଭବନରେ ଭର୍ତ୍ତି କରାଯାଇଥିଲା। ଶିଶୁଟିର ୨ଟି ମୁଣ୍ଡ, ୩ଟି ହାତ, ୨ଟି ଗୋଡ଼, ୪ଟି ଆଖି ରହିଛି। ଜଗା-କାଳିଆଙ୍କ ଯେଭଳି ଭାବରେ ଅପରେସନ୍‌ କରାଯାଇଥିଲା, ସେଭଳି ଝିଅର ଚିକିତ୍ସା କରିବା ଲାଗି ଉମାକାନ୍ତ ସରକାରଙ୍କୁ ଅନୁରୋଧ କରିଥିଲେ।

୨୦୧୭ ଜୁଲାଇ ୧୪ ତାରିଖରେ କନ୍ଧମାଳ ଜିଲ୍ଲା ମିଲୁପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଦିଲ୍ଲୀ ଏମ୍‌ସରେ ଅସ୍ତ୍ରୋପଚାର ପାଇଁ ଭର୍ତ୍ତି କରାଯାଇଥିଲା। ଅପରେସନ ପାଇଁ ଗଠନ କରାଯାଇଥିଲା ଅଭିଜ୍ଞ ଡାକ୍ତରୀ ଟିମ୍।  ଯୋଡ଼ାମୁଣ୍ଡ ଭାଇଙ୍କର ସଫଳ ଅସ୍ତ୍ରୋପଚାର ହୋଇଥିଲା। ଦିଲ୍ଲୀରେ କିଛି ଦିନ ରହିବା ପରେ ୨୦୧୯ ସେପ୍ଟେମ୍ବର ୭ ତାରିଖରେ ଓଡ଼ିଶା ଫେରିଥିଲେ ଜଗା- କାଳିଆ। କଟକ ଏସ୍‌ସିବିରେ ତାଙ୍କର ଚିକିତ୍ସା ପାଇଁ ୧୬ ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ମଧ୍ୟ ଗଠନ କରାଯାଇଥିଲା। ସେବେଠାରୁ ସେମାନେ ଏସ୍‌ସିବି ଡାକ୍ତର ଖାନାରେ ରହି ଚିକିତ୍ସିତ ହେଉଥିଲେ। ଜଗା କ୍ରମେ ସୁସ୍ଥ ହୋଇଥିଲେ ବି କାଳିଆ ଅବସ୍ଥା ସୁଧୁରି ନଥିଲା। ଶେଷରେ କାଳିଆର ମୃତ୍ୟୁ ଘଟିଥିଲା। ଗତବର୍ଷ ନଭେମ୍ବର ୨୫ରେ କାଳିଆର ମୃତ୍ୟୁ ଘଟିଥିଲା।

You might also like