କୁନ୍ଦୁଲି ପୀଡ଼ିତାଙ୍କ ଭଳି ପ୍ରାଣ ହାରିଲେ ଆଉ ଜଣେ ଗଣଦୁଷ୍କର୍ମ ପୀଡ଼ିତା

ଭୁବନେଶ୍ୱର: କୁନ୍ଦୁଲି ପୀଡ଼ିତାଙ୍କ ଭଳି ଆଉ ଜଣେ ଗଣଦୁଷ୍କର୍ମ ପୀଡ଼ିତା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମାଲକାନଗିରି ଜିଲ୍ଲାରୁ ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆସିଛି। ସଂପୃକ୍ତ ପୀଡ଼ିତା ଜଣେ କଲେଜ ଛାତ୍ରୀ ବୋଲି ଜଣାପଡ଼ିଛି।

ଅଭିଯୋଗ ଅନୁଯାୟୀ, ୨୦୧୭ ମସିହାରେ ଛାତ୍ରୀ ଜଣକ ଗଣଦୁଷ୍କର୍ମର ଶିକାର ହୋଇଥିଲେ। କିଛି ଦିନ ତଳେ ସେ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା। ଗଣଦୁଷ୍କର୍ମ ପରଠୁ ପୀଡ଼ିତା ଜଣକ ଭୁବନେଶ୍ୱର ଆସି ପାଠ ପଢୁଥିଲେ। ତେବେ ଏହା ମଧ୍ୟରେ ଅଭିଯୁକ୍ତମାନଙ୍କୁ ଜାମିନ ମିଳିଯାଇଥିବାରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଛି।

ଅନ୍ୟପକ୍ଷେ, ଅଭିଯୁକ୍ତଙ୍କ ପ୍ରତି କୋହଳ ଦଫା, ପୀଡ଼ିତାଙ୍କ ଜୀବନ ନେଇଥିବା ବିଜେପି ଅଭିଯୋଗ କରିଛି। ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଏନେଇ ଅଭିଯୋଗ କରିଛନ୍ତି ଯେ, ପୋଲିସ କୋହଳ ଦଫା ଲଗାଇଥିବା ଯୋଗୁ ଅଭିଯୁକ୍ତମାନେ ଜାମିନ ପାଇଛନ୍ତି। ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।

You might also like