ଓଡ଼ିଆ ଜାଣି ନଥିବାରୁ ପୁଣି ଜଣେ ସରପଞ୍ଚଙ୍କ ହାତରୁ ଗଲା ପଦ

ବ୍ରହ୍ମପୁର: ଓଡ଼ିଆ ଭାଷା ଲେଖି ପଢି ଜାଣିନଥିବା ଯୋଗୁ ଗଞ୍ଜାମରେ ଆଉ ଜଣେ ସରପଞ୍ଚଙ୍କୁ ନିଜ ପଦ ହରାଇବାକୁ ପଡ଼ିଛି। ଓଡ଼ିଆ ଲେଖି ପଢ଼ି ଜାଣି ନଥିବା ସହ ପ୍ରାର୍ଥୀପତ୍ର ଦାଖଲ ସମୟରେ ସରପଞ୍ଚ ଜାଲ୍‌ ଜାତିଗତ ପ୍ରମାଣ ପତ୍ର ଦାଖଲ କରିଥିବା ଅଭିଯୋଗ ହୋଇଥିଲା।

ଫଳରେ ଛତ୍ରପୁର ବ୍ଲକ୍‌ ଆର୍ଯ୍ୟପଲ୍ଲୀ ସରପଞ୍ଚ ଏମ୍‌. ଲଷ୍ମୀଙ୍କ ସରପଞ୍ଚ ପଦକୁ ଅସିଦ୍ଧ ଘୋଷଣା କରିଛନ୍ତି ଛତ୍ରପୁର ସିଭିଲ ଜଜ୍। ୨୦୧୭ ମାର୍ଚ୍ଚରେ ସରପଞ୍ଚ ଏମ୍. ଲକ୍ଷ୍ମୀଙ୍କ ବିରୋଧରେ ଛତ୍ରପୁର ସିଭିଲ କୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା।

ସୂଚନାଥାଉ କି, ଓଡ଼ିଆ ଭାଷା ଲେଖି ପଢି ଜାଣିନଥିବା ଯୋଗୁ କିଛିଦିନ ତଳେ ଗଞ୍ଜାମ ଜିଲ୍ଲା ଅଗସ୍ତି ନୂଆଗାଁ ସରପଞ୍ଚ ପି.ସିମାଦ୍ରୀଙ୍କୁ ନିଜ ପଦ ହରାଇବାକୁ ପଡ଼ିଥିଲା

You might also like