ରାଜଧାନୀ ଉପକଣ୍ଠରେ ‘ନଗଡ଼ା’ ; ଅପପୁଷ୍ଟିରେ ଶହ ଶହ ଶିଶୁ
ଭୁବନେଶ୍ୱର : ଅପପୁଷ୍ଟିର କଥା ମନେପଡ଼ିଲେ ମନକୁ ଆସେ ‘ନଗଡ଼ା’। ଶିଳ୍ପ ସମୃଦ୍ଧ ଯାଜପୁର ଜିଲ୍ଲାର ଏହି ଗାଁରେ ଅପପୁଷ୍ଟି ନେଇଛି ୧୯ରୁ ଅଧିକ ଶିଶୁଙ୍କ ଜୀବନ। ଏନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କେବଳ ଓଡ଼ିଶା ନୁହେଁ, ସାରା ବିଶ୍ୱରେ ଚର୍ଚ୍ଚାରେ ରହିଥିଲା ନଗଡ଼ା। ପରେ ବଡ଼ବଡ଼ ବାବୁମାନେ ନଗଡ଼ା ଯାଇଥିଲେ। ସ୍ଥିତି ଅନୁଧ୍ୟାନ ପରେ ସରକାର ଯୋଜନା ପ୍ରସ୍ତୁତି କରିଥିଲେ।