ଗାଁ ଦାଣ୍ଡରୁ ନିଖୋଜ ହୋଇ ଗଲା ଆଉଜଣେ ଶିଶୁକନ୍ୟା
ଯାଜପୁର: ନୟାଗଡ଼ ଜିଲ୍ଲାର ପରୀ, ସ୍ୱାତୀ ଏବଂ ଯାଜପୁର ଜିଲ୍ଲାର ପୀହୁ ପରେ ଏବେ ଆଉ ଜଣେ କୁନି ଝିଅ ନିଖୋଜ ହୋଇଯାଇଥିବା ଅଭିଯୋଗ ଆସିଛି। କୁନିଝିଅଟି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ସୁନ୍ଦରକୋଇଲି ଗାଁର।
ଏହି ଗାଁର ବଳରାମ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ୭ ବର୍ଷର ଝିଅ ବିଷ୍ଣୁପ୍ରିୟା ଓରଫ ନେଉଳି ଗତ ଶୁକ୍ରବାର ଠାରୁ ନିଖୋଜ ହୋଇଯାଛି। ନିଜ ଗାଁରେ ମାମୁଙ୍କ ଘରେ ରହି ପାଠପଢୁଥିବା ବିଷ୍ଣୁପ୍ରିୟାର ଗତ ଶୁକ୍ରବାରଠାରୁ ପତ୍ତା ମିଳୁନି।
ଶୁକ୍ରବାର ସକାଳ ୯ଟାରେ ନିଜ ସାଙ୍ଗ ମାନଙ୍କ ସହ ମିଶି ଖେଳୁଥିଲା ବିଷ୍ନୁପ୍ରିୟା। ବହୁ ସମୟ ପର୍ଯ୍ୟନ୍ତ ବିଷ୍ଣୁପ୍ରିୟା ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। କେଉଁଠି ପାଇ ନ ଥିଲେ। ପରେ ବିଷ୍ନୁପ୍ରିୟାର ମାମୁ ଘର ଏବଂ ପରିବାର ଲୋକେ ମିଶି ଖୋଜାଖୋଜି କରିଥିଲେ ମଧ୍ୟ ଏଯାଏଁ ତାର କୌଣସି ପତ୍ତା ମିଳି ନ ଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଅପଞ୍ଚାୟତ ସରପଞ୍ଚ ଆଖପାଖ ଅଞ୍ଚଳରେ ମାଇକରେ ବିଷ୍ନୁପ୍ରିୟାର ନିଖୋଜ ଖବର ପ୍ରଚାର କରିଥିଲେ। ଶେଷରେ ଗତକାଲି ପରିବାର ଲୋକେ ବାଲିଆପାଳ ଥାନାରେ ଏତଲା ଦେଇଛନ୍ତି । ଏହି ଘଟଣାରେ ପୋଲିସ ସନ୍ଦେହରେ ଜଣେ ଯୁବକଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି।