ପୁଣି ଲଘୁଚାପ, ବଢ଼ିବ ବର୍ଷା

ଭୁବନେଶ୍ୱର: ଆସନ୍ତା ୨୧ ତାରିଖ ଠାରୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ। ଉତ୍ତର ବଙ୍ଗୋପସାଗରରେ ଆଉ ଏକ  ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ଲଘୁଚାପ ପ୍ରଭାବରେ ବର୍ଷାର ପରିମାଣ ବଢ଼ିବ। ଏହି ସମୟରେ ରାଜ୍ୟର ଉତ୍ତର ଏବଂ ଉପକୂଳ ଓଡିଶାରେ ବର୍ଷାର ପ୍ରଭାବ ଅଧିକ ରହିବ। କିନ୍ତୁ ୨୨ ତାରିଖରେ ସାରା ରାଜ୍ୟରେ ବର୍ଷାର ମାତ୍ରା ଅଧିକ ରହିବ। ଏହି ଲଘୁଚାପର ପ୍ରଭାବ ୨୫ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ରହିବ। ସେହି ସମୟରେ ସମୁଦ୍ର ଅଶାନ୍ତ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

You might also like