• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗଜପତି: ପୁଣି ଜଣେ ସାମ୍ବାଦିକଙ୍କ କରୋନାରେ ଆକ୍ରାନ୍ତ ହୋଇ ଦେହାନ୍ତ । ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ତେଲୁଗୁ ଖବରକାଗଜ ଇନାଡୁ ପ୍ରତିନିଧି କେ.କୃଷ୍ଣ ପ୍ରସାଦ ରାଓଙ୍କ ପରଲୋକ । କୋଭିଡରେ ଆକ୍ରାନ୍ତ ହୋଇ ସେ ପ୍ରାଣ ହରାଇଥିବା ସୂଚନା । ମେ ୧୮ ତାରିଖରୁ ସେ ଅସୁସ୍ଥ ଅନୁଭବ କରିବାରୁ ପ୍ରଥମେ ତାଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନ ହେବାରୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ସେଠାରୁ ପୁଣି ଅଶ୍ୱିନୀ କୋଭିଡ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା । ପ୍ରସାଦଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ହେବାରୁ ତାଙ୍କୁ ଆନ୍ଧ୍ରର ବିଶାଖାପାଟନମ୍ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଦୁଃଖର ବିଷୟ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ବିୟୋଗରେ ପାରଳାଖେମୁଣ୍ଡି ସାମ୍ବାଦିକ ସଂଘ ଗଭୀର ଶୋକ ପ୍ରକାଶ କରିଛି ।  ଇତିମଧ୍ୟରେ ଓଡ଼ିଶାର ଏବେ ସୁଦ୍ଧା ୩୦ରୁ ଅଧିକ ଜଣ ସାମ୍ବାଦିକଙ୍କର କରୋନାରେ ମୃତ୍ୟୁ ହୋଇସାରିଲାଣି ।

ତେବେ ରାଜ୍ୟରେ ଏବେ କରୋନାରେ ଆକ୍ରାନ୍ତ ହୋଇ ଅନେକ ସାମ୍ବାଦିକଙ୍କ ମୃତ୍ୟୁ ହୋଇସାରିଲାଣି । କିଛି ଦିନ ପୂର୍ବରୁ ରାଜ୍ୟ ଓ ରାଜ୍ୟ ବାହାରର ବହୁ ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥାରେ ନିଷ୍ଠା ଓ ଦକ୍ଷତାର ସହିତ କାର୍ଯ୍ୟ କରିଥିବା ପ୍ରବୁଦ୍ଧ ଜଗଦ୍ଦେବଙ୍କର ଭୁବନେଶ୍ୱର ଏମ୍‌ସରେରେ ଚିକିତ୍ସାଧୀନ ଅବସ୍ଥାରେ ଦେହାବସାନ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୪ ବର୍ଷ ବୟସ ହୋଇଥିଲା । ତାଙ୍କର ପତ୍ନୀ ଓ ଗୋଟିଏ ୪ ବର୍ଷର ପୁଅ ଅଛନ୍ତି ।

କିଡନୀ ଚିକିତ୍ସା ସମୟରେ ତାଙ୍କୁ ବହୁ ଷ୍ଟେରଏଡ ଦିଆଯାଇଥିଲା । ପରେ ତାଙ୍କର ଲିଭର ଖରାପ ହୋଇଥିଲା । ସେଥିପାଇଁ ତାଙ୍କୁ ମଝିରେ ମଝିରେ ଚିକିତ୍ସିତ ହେବାକୁ ପଡ଼େ । ଏଇ କିଛି ଦିନ ତଳେ ସେ ଲିଭର ଚିକିତ୍ସା ପାଇଁ ସମ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ସେ କୋଭିଡ ପଜିଟିଭ୍‌ ଜଣାପଡ଼ିବା ପରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ ।

Another-journalist-dies-in-corona
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories