ଜିଲ୍ଲାପାଳଙ୍କ ନାଁରେ ଫେକ୍ ଫେସ୍ବୁକ୍ ଆକାଉଣ୍ଟ
ସମ୍ବଲପୁର: ସମ୍ବଲପୁର ଜିଲ୍ଲାପାଳଙ୍କ ନାଁରେ ପୁଣି ଫେକ୍ ଫେସ୍ବୁକ୍ ଆକାଉଣ୍ଟ । ଏପରି ଅଭିଯୋଗ କରିଛନ୍ତି ଜିଲ୍ଲାପାଳ ଶୁଭମ୍ ସକ୍ସେନା। ଏ ନେଇ ଏସ୍ପିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଜିଲ୍ଲାପାଳ ।
ଏହି ଫେକ୍ ଫେସ୍ବୁକ୍ ଆକାଉଣ୍ଟରୁ ବିଭିିନ୍ନ ଲୋକଙ୍କୁ ଫ୍ରେଣ୍ଡ ରିକୁଏଷ୍ଟ ପଠାଯାଉଛି। ଖୋଳତାଡ଼ କରିବା ସହ ଏହା ପଛରେ କାହାର ସଂପୃକ୍ତି ରହିଛି ସେ ନେଇ ତଦନ୍ତ କରିବାକୁ ଏସ୍ପିଙ୍କୁ କହିଛନ୍ତି ଜିଲ୍ଲପାଳ ।
ସୂଚନାଥାଉ କି, କିଛି ମାସ ପୂର୍ବରୁ ଏଭଳି ଘଟଣା ଘଟିଥିଲା। ଶୁଭମ୍ ସକ୍ସେନାଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲିଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଥିଲା ପୋଲିସ୍ ।