ଆଉ ୪୦୦ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର: ରାଜ୍ୟରେ ଆଉ ୪୦୦ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ଗଂଜାମ ଜିଲ୍ଲାରୁ ସର୍ବାଧିକ ୧୩୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କଟକ ୫୮, ଖୋର୍ଦ୍ଧା ୪୬, କୋରାପୁଟ ୪୧, ଯାଜପୁରରୁ ୩୭ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

ସେହିପରି କେନ୍ଦୁଝର ୧୪, କେନ୍ଦ୍ରାପଡ଼ା ୧୦, ମୟୂରଭଂଜରୁ ୯, ନୟାଗଡ଼ ଓ ସୁନ୍ଦରଗଡ଼ରୁ ୭ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ବରଗଡ଼ରୁ ୫ ଜଣ ସୁସ୍ଥ ହୋଇଛନ୍ତି। ଜଗତସିଂହପୁର ଓ ସୋନପୁରରୁ ୫ ଲେଖାଏଁ ସୁସ୍ଥ ହୋଇଛନ୍ତି।

ପୁଣି ଭଦ୍ରକରୁ ୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ରାୟଗଡ଼ା ଓ ସମ୍ବଲପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି ଅନୁଗୁଳ, କଳାହାଣ୍ଡି ଓ ପୁରୀରୁ ୪ ଲେଖାଏଁ, ବୌଦ୍ଧରେ ୩ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୧୩,୩୦୯କୁ ବୃଦ୍ଧି ପାଇଛି।

You might also like