୨୫ ହଜାର ଟପିଲା କରୋନାରୁ ସୁସ୍ଥ ଲୋକଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୨୫୫ କରୋନା ଆକ୍ରାନ୍ତ। ଗଞ୍ଜାମରୁ ସର୍ବାଧିକ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ କରୋନାରୁ ସୁସ୍ଥ ଲୋକଙ୍କ ସଂଖ୍ୟା ୨୫ ହଜାର ଟପିଲା। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

କେଉଁ ଜିଲ୍ଲାରୁ କେତେ:-

ଗଂଜାମରୁ ସର୍ବାଧିକ ୪୮୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୧୨୫, ସୁନ୍ଦରଗଡ଼ରୁ ୧୨୨, ସମ୍ବଲପୁରରୁ ୧୦୭ ସୁସ୍ଥ ହୋଇଛନ୍ତି।

ସେହିପରି ପୁରୀ ୭୫, ମୟୂରଭଂଜ ୪୩, କଟକ ୪୦, ଜଗତସିଂହପୁରରୁ ୨୯ ସୁସ୍ଥ ହୋଇଛନ୍ତି। କନ୍ଧମାଳରୁ ୨୮ ଏବଂ ବାଲେଶ୍ୱରରୁ ୨୭ ଜଣ ସୁସ୍ଥ ହୋଇଛନ୍ତି।

You might also like