ବରଗଡ଼ରେ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ କୋଭିଡ ହସ୍ପିଟାଲ୍

ବରଗଡ଼: ଖୁବ୍ ଶୀଘ୍ର ବରଗଡ଼ରେ ଆରମ୍ଭ ହେବ କୋଭିଡ ହସ୍ପିଟାଲ୍। ଆଜି ଏହାକୁ ନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି  ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ବରଗଡ଼ ଗସ୍ତରେ ଯାଇ କୋଭିଡ ହସ୍ପିଟାଲରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ। ଏକ ଘରୋଇ ହସ୍ପିଟାଲର ସହଯୋଗରେ ଜିଲ୍ଲା ହସ୍ପିଟାଲ୍ ପରିସରରେ ସ୍ୱତନ୍ତ୍ର ଭାବେ କାର୍ଯ୍ୟ କରିବ କୋଭିଡ ହସ୍ପିଟାଲ୍।

୧୦୦ ଶର୍ଯ୍ୟା, ୮ଟି ଆଇସିୟୁ ସହ ଅନ୍ୟ ବ୍ୟବସ୍ଥା ଏହି ହସ୍ପିଟାଲରେ ରହିଛି। ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ଏହାକୁ ଭିଡିଓ କନ୍ଫେରିସିଂ ମାଧ୍ୟମରେ ଲୋକାର୍ପିତ କରିବେ। ତା ପୂର୍ବରୁ ଆଜି ମୁଖ୍ୟ ଶାସନ ସଚିବଙ୍କ ସମେତ 5T ସଚିବ ଭିକେ ପାଣ୍ଡିଆନ୍, ବରଗଡ଼ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଏହାପରେ ୫ଟି ସଚିବ ବଲାଙ୍ଗୀରକୁ ଯାଇ କୋଭିଡ୍‌ ହସ୍ପିଟାଲ ବୁଲି ଦେଖିଥିଲେ। ବଲାଙ୍ଗୀର ଜିଲ୍ଲାପାଳ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହିତ ଦୁଇ ସଚିବ ଆଲୋଚନା କରିଥିଲେ।

You might also like