ଭୁବନେଶ୍ୱର: ଓଡ଼ିଶାରେ ଗୋଟିଏ ପଟେ କରୋନାକୁ ନେଇ ଆଶ୍ୱାସନାର ଖବର ଆସିଥିବାବେଳେ ଅନ୍ୟପଟେ ଚିନ୍ତାଜନକ ଖବର ଆସିଛି। ପୁଣି ୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି। ସୁସ୍ଥ ହୋଇଥିବା ୩ ଜଣ ଭୁବନେଶ୍ୱରର ବୋଲି ସୂଚନା ମିଳିଛି। ତେବେ ଏହାରି ଭିତରେ ଆଉ ଜଣେ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି।
ଆକ୍ରାନ୍ତ ହୋଇଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ଘର ବାଲେଶ୍ୱର ଜିଲ୍ଲାର ୫୮ ବର୍ଷିୟ ବୟସ୍କ ବ୍ୟକ୍ତି। ତେବେ ସମ୍ପୃକ୍ତ ଜିଲ୍ଲାର ଏହା ପ୍ରଥମ କରୋନା କେସ୍ । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇଛି। ତେବେ ଏଯାଏଁ ୨୪ ଜଣ ଭଲ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୬୧ରେ ପହଞ୍ଚିଛି। ଏହାପରେ ଓଡ଼ିଶାରେ ୧୦ଟି ଜିଲ୍ଲାକୁ କରୋନା ବ୍ୟାପିଛି
ରାଜ୍ୟରେ ଆଉ ୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହିତ ମୋଟ ୨୪ ଜଣ ବ୍ୟକ୍ତି ସୁସ୍ଥ ହୋଇଛନ୍ତି।
ଆଜିର ଗୋଟିଏ ନୂଆ ପଜିଟିଭକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧ ରେ ପହଞ୍ଚିଛି।
ନୂତନ ପଜିଟିଭ ଆକ୍ରାନ୍ତଙ୍କ ତଥ୍ୟ ପ୍ରଦାନ କରାଯିବ। https://t.co/ebe2n8Tm4q
— I & PR Department, Odisha (@IPR_Odisha) April 18, 2020
ଗତ ତିନି ଦିନ ଭିତରେ ରାଜ୍ୟରେ ଜଣେ ହେଲେ ବି କରୋନା ପଜିଟିଭ୍ ଚିହ୍ନଟ ହୋଇନଥିଲେ। ଗତ ୧୫ ତାରିଖରେ ରାଜ୍ୟର ମୋଟ ୧୧ ଶହ ୯୭ ଜଣଙ୍କ ନମୂନା ପରୀକ୍ଷା କରାଯାଇଥିଲା।
Patient Details of #Covid19 #Odisha Case no: 61
One 58 years Old Male of Balasore District Tested Positive for #Covid19
(18th April, 2020)
Contact tracing and follow up action is being taken. pic.twitter.com/xxAduZH65i
— I & PR Department, Odisha (@IPR_Odisha) April 18, 2020
ସେହିଭଳି ଗୁରୁବାର ମଧ୍ୟ ୮୪୩ ଜଣଙ୍କ ସାମ୍ପଲ ଟେଷ୍ଟ ହୋଇଥିଲା । ଗତକାଲି ତୃତୀୟ ଦିନରେ ମୋଟ ୧୦୪୨ ଜଣଙ୍କ ନମୂନା ପରୀକ୍ଷା କରାଯାଇଥିଲେ ବି ସବୁ ରିପୋର୍ଟ ନେଗେଟିଭ୍ ଆସିଥିଲା।