ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ। ସମ୍ପୃକ୍ତ ସୁସ୍ଥ ବ୍ୟକ୍ତି ଜଣକ ଭୁବନେଶ୍ୱର ଅଞ୍ଚଳର ହୋଇଥିବା ସୂଚନା। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତକାଲି ୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ଏମାନେ ଭୁବନେଶ୍ୱରର ବୋଲି ସୂଚନା ଦେଇଥିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ।ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେଶ ୭୯ ଓ କେବଳ ଭୁବନେଶ୍ୱରରେ ଆକ୍ଟିଭ କେଶ ୧୯ ଜଣ ଅଛନ୍ତି।

ଆହୁରି ପଢ଼ନ୍ତୁ

You might also like