• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଗଞ୍ଜାମ: ସୁରତରୁ ଗଞ୍ଜାମ ଫେରୁଥିବା ଆଉ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ନାଗପୁର ଅମରାବତୀ ଏନ୍‌ଏଚ୍‌ ଦେଇ ଆସୁଥିବା ବେଳେ ଓଲଟି ପଡ଼ିଥିବା ଖବର ମିଳୁଛି। ଏହି ବସ୍‌ରେ ପ୍ରାୟ ୫୦ ଯାତ୍ରୀ ଆସୁଥିଲେ। ଏଥିରେ ୫ ଜଣ ଆହତ ହୋଇଥିବା ବେଳେ ଡ୍ରାଇଭର୍‌ ଓ ସଫେଇ କର୍ମୀ ଗୁରୁତର ଆହତ ହୋଇଥିବା ସୂଚନା ମିଳୁଛି। ଆହତମାନଙ୍କୁ ନିକଟସ୍ଥ କରଞ୍ଜା ମେଡିକାଲରେ ଭର୍ତ୍ତି କରାଯାଇଛି। ରାତିରେ NH ଉପରକୁ କୌଣସି ଜନ୍ତୁ ଆସିଯିବା ଫଳରେ ଏହି ଦୁର୍ଘଟଣା ହୋଇଥିବା କୁହାଯାଉଛି।

ଘଟଣା ସ୍ଥଳରେ ପୁଲିସ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।  ତେବେ ବସ୍‌ ଚଳାଉଥିବା ଡ୍ରାଇଭର୍‌ ଜଣଙ୍କ ଫୋନ୍‌ ନମ୍ବର ନକଲି ଥିବା ଜଣାପଡ଼ିଛି।

ସେହିଭଳି ଗତକାଲି ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ପଟେଲ୍‌ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗଞ୍ଜାମ-କନ୍ଧମାଳ କଳିଙ୍ଗା ଘାଟିର ଅନ୍ଧାରକୋଟ ନିକଟରେ ବସ୍‌ଟି ଘାଟିରେ ପିଟି ହେଇଯିବାରୁ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ପ୍ରାୟ ୬୦ ଯାତ୍ରୀ ସୁରତରୁ ଗଞ୍ଜାମ ଫେରୁଥିଲେ।

Another-bus-accident-in-nagpur-amarabati-nh
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories