ମହିଳା ପ୍ରବାସୀଙ୍କୁ ବିଡିଓଙ୍କ ଦୁର୍ବ୍ୟବହାର: କହିଲେ, ଯେଉଁଠି ରଖାଯାଉଛି ସେଠି ରୁହ ନହେଲେ ଚାଲିଯାଅ

ଛେଣ୍ଡିପଦା: ପୁଣି ଥରେ ଆଉ ଜଣେ ବିଡିଓଙ୍କ ନାଁରେ ଆସିଛି ଦୁର୍ବବ୍ୟହାର ଅଭିଯୋଗ। ପ୍ରବାସୀ ଓଡ଼ିଆଙ୍କୁ ଫୋନରେ ଦୁର୍ବ୍ୟବହାର କରିଛନ୍ତି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବିଡିଓ ସୁନୀଲ କୁମାର କେର୍କେଟା। ଖୋଲାଖୋଲି ଫୋନରେ ମହିଳା ଶ୍ରମିକଙ୍କୁ ଦୁର୍ବବ୍ୟହାର କରିଥିବା ନେଇ ଅଭିଯୋଗ ହୋଇଛି।

ବଅଁରପାଲ ଓ ତାଲଚେର ବ୍ଲକର କିଛି ପ୍ରବାସୀ ଶ୍ରମିକଙ୍କୁ ଛେଣ୍ଡିପଦା ବ୍ଲକର ବରପଦା ବିଦ୍ୟାଳୟରେ ରଖିବାକୁ ବନ୍ଦୋବସ୍ତ କରାଯାଇଥିଲା। ହେଲେ ପ୍ରବାସୀ ଶ୍ରମିକ ମାନେ ଏନେଇ ମନା କରିବା ସହ ସେଠି ନରଖିବାକୁ ବିଡିଓଙ୍କୁ ଜଣାଇଥିଲେ।

ଏହାପରେ ବିଡିଓଙ୍କୁ ଫୋନ୍ କରି ଏସମ୍ପର୍କରେ ଜଣାଇଥିଲେ। ତେବେ ଏଥିରେ ଉତକ୍ଷୀପ୍ତ ହେବା ସହ ବିଡିଓ ତାଙ୍କୁ ଚାଲି ଚାଲି ଯିବାକୁ କହିଥିଲେ। ବେକାର କଥା ନକହି ଚୁପଚାପ୍, ଯେଉଁଠି ରଖାଯାଉଛି ସେଠି ରୁହ ନଚେତ ଚୁପ୍ ଚାପ୍ ଚାଲି ଚାଲି ଯାଆନ୍ତୁ ବୋଲି ବିଡିଓ କହିଥିବା ନେଇ ଅଡିଓ ଭାଇରାଲ୍ ହୋଇଛି।

ତେବେ ଗତକାଲି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକରେ ଗୁଜୁରାଟରୁ ଫେରିଥିବା କିଛି ପ୍ରବାସୀଙ୍କୁ ବାଲିଆପାଳ ବିଡିଓ ଛବି ରାଣୀ ସାହୁ ଗାଳି ଗୁଲଜ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଏଥିସହ ଯେଉଁମାନେ ଏହି ଭିଡିଓକୁ ତାଙ୍କ ବିରୋଧରେ ଉଦ୍ଦେଶ୍ୟ ମୂଳକ ଭାବେ ବ୍ୟବହାର କରୁଛନ୍ତି, ସେମାନଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବେ ବୋଲି କହିଥିଲେ ଛବିରାଣୀ। ସେପଟେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ବାଲେଶ୍ୱର ଜିଲ୍ଲାପାଳ କହିଛନ୍ତି।

You might also like