ରାଜ୍ୟରେ ୯୯ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ସହ ତାଳ ଦେଇ ସୁସ୍ଥ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି ଆଜି ପୁଣି ୯୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏମାନଙ୍କ ମଧ୍ୟରୁ ଯାଜପୁରରୁ ସର୍ବାଧିକ ୧୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି

ସେହିପରି ଖୋର୍ଦ୍ଧାରୁ ୧୩ ଜଣ, କେନ୍ଦ୍ରାପଡ଼ାରୁ ୧୧ ଜଣ, ଗଂଜାମରୁ , ଦେବଗଡ଼ , କଟକ , ଜଗତସିଂହପୁରରୁ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱର, ବରଗଡ଼, ବଲାଙ୍ଗିରରୁ ଜଣ ଲେଖାଏ ଆକ୍ରାନ୍ତ ଆଜି ସୁସ୍ଥ ହୋଇଛନ୍ତି

ତା ସହିତ କେନ୍ଦୁଝରରୁ , ନୟାଗଡ଼ରୁ , କୋରାପୁଟ, ସମ୍ବଲପୁର, ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି

ତେବେ ଆଜି ରାଜ୍ୟରେ ୧୩୮ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୫ ଜଣ କ୍ୱାରେଣ୍ଟିନ ସେଣ୍ଟରରେ ଥିଲେ। ୧୩ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି

You might also like